ଉଦ୍ଭିଦ ବିଜ୍ଞାନୀଙ୍କର ବାର୍ଷିକ ସମ୍ମେଳନ ଉତ୍ସବ

ପୁରୀ, ୧୮/୧୨/୨୦୨୫ (ଓଡ଼ିଶା ସମାଚାର)- ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘ ର ଚତୁର୍ଥ ବାର୍ଷିକ ସମ୍ମେଳନ ଉତ୍ସବ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବ ରେ ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନୀ ପ୍ରଧ୍ୟାପକ ଡ଼ଃ. ରାମଚନ୍ଦ୍ର ମହାନ୍ତି ମୁଖ୍ୟା ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଟି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ ରୁ ଆରମ୍ଭ ହୋଇଥିଲେ । ଏହା ପରେ ସଂଘ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୫୦ ରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦେଇ ଆଗମୀ ଦୁଇବର୍ଷ ପାଇଁ କାର୍ଯ୍ୟକାରିଣୀ ସଦସ୍ୟ ବାଛିଥିଲେ ।

ଏହି କ୍ରମରେ ସଂଘ ର ସଭାପତି ଭବେ ଡଃ. ଅଭିମନ୍ୟୁ ଭୂୟାଁ, ଉପସଭାପତି ଡ଼ଃ. ଗୁରୁ ଚରଣ ନାୟକ ଏବଂ ଶ୍ରୀ ଅଶୋକ କୁମାର ପୃଷ୍ଟି, ସମ୍ପାଦକ ଡ଼ଃ. ବିଭୂତି ଭୂଷଣ ଚମ୍ପତି, ସହ ସମ୍ପାଦକ ଶ୍ରୀ ବିଶ୍ୱଜିତ୍ ପ୍ରଧାନ, ସଦସ୍ୟ ଶ୍ରୀମତି ଲିପ୍ସା, ଡ଼ଃ. ଶେଖ୍ ରିୟାଯତ୍ ଖାଡିମ୍, ଏବଂ ଶ୍ରୀ ଚିରଞ୍ଜିବୀ ପ୍ରଧାନ ମନୋନୀତ ହେଇଥିଲେ। ସଂଘ ର ଉପଦେଷ୍ଟା ଭାବେ ପ୍ରଧ୍ୟାପକ ଡ଼ଃ. ବାମନ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଡ଼ଃ. ପ୍ରଦିପ କୁମାର ରଥ ଙ୍କୁ ସମ୍ମାନଜନକ ଭାବେ ସ୍ଥାନ ଦିଆଯାଇଥିଲା । ପରେ ସଂଘ ର ବାର୍ଷିକ ସମ୍ମେଳନ ଉତ୍ସବ ମୁଖ୍ୟ ଅତିଥି ଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଥିଲା। ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ଅତିଥି ମାନଙ୍କୁ ମଞ୍ଚ ରେ ସ୍ୱାଗତ ସମ୍ବର୍ଦ୍ଧନା ସହିତ ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରଦିପ ପ୍ରଜ୍ଜ୍ୱଳନ ପାଇଁ ଆମନ୍ତ୍ରିତ କରିଥିଲେ ଏବଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଶ୍ରୀ ଉଦୟ ଶଙ୍କର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ପ୍ରତିନିଧି ଡ଼ଃ. ଗୁରୁ ଚରଣ ନାୟକ ଉପସ୍ଥିତ ସମସ୍ତଙ୍କୁ ପୂରାତନ ବିଦ୍ୟାର୍ଥୀ ଙ୍କର ମହାବିଦ୍ୟାଳୟର ପ୍ରତି କର୍ତ୍ତବ୍ୟ ବିଷୟରେ କହିଥିଲେ। ମୁଖ୍ୟ ଅତିଥି ପ୍ରଧ୍ୟାପକ ଡ଼ଃ. ରାମଚନ୍ଦ୍ର ମହାନ୍ତି ଉଦ୍ଭିଦ ବିଜ୍ଞାନ ର ବହୁବିଧ ଉପକାରିତା ଏବଂ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ସାମାଜିକ ମହତ୍ତ୍ଵ କୁ ବ୍ୟକ୍ଷା କରିବା ସହିତ ପୂରାତନ ବିଦ୍ୟାର୍ଥୀ ଏବଂସାମନ୍ତ ଚନ୍ଦ୍ରଶେଖର ସ୍ଵୟଶାସିତ ମହାବିଦ୍ୟାଳୟ ବିଷୟରେ ଅନେକ ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଡ଼ଃ. ସତ୍ୟ ନାରାୟଣ ସେଠୀ ଙ୍କୁ ବରିଷ୍ଠ ବୈଜ୍ଞାନିକ ସମ୍ମାନ, ଡ଼ଃ. ମାଣିକ କୁମାର ସିଂହା ଏବଂ ଡ଼ଃ. ଗୁରୁ ଚରଣ ନାୟକ ଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ଏବଂ ଡ଼ଃ. ଶେଖ୍ ରିୟାଯତ୍ ଖାଡିମ୍ ଙ୍କୁ ଉଦୀୟମାନ ଯୁବ ବୈଜ୍ଞାନିକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ତଥା ସାମନ୍ତ ଚନ୍ଦ୍ରଶେଖର ସ୍ଵୟଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ର କୃତି ବିଦ୍ୟାର୍ଥୀ ମାନକୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଶ୍ରୀ ଦାଶରଥି ଦାସ, ଶ୍ରୀ ପ୍ରବୀଣ ପାହିଗ୍ରାଗି, ରୋଷ୍ଣୀ ତ୍ରିପାଠୀ, ଆର୍ଯ୍ୟାନ୍ ପଟ୍ଟନାୟକ, ଯୁବୁଲି ପ୍ରିତିମୟୀ ସାହୁ, ଦେବାଂଶି ମିଶ୍ର, ଲିପ୍ସା ରାଣୀ ମଙ୍ଗରାଜ, ରତି ପ୍ରଜ୍ଞା ଦାସ, ସ୍ମିତା ରାଣୀ ସେଠୀ, ରାଜଶ୍ରୀ ଜେନା, ପ୍ରୀତି ପ୍ରଜ୍ଞା ଦାସ। ସଂଘ ର ସଭାପତି ପ୍ରଧ୍ୟାପକ ଡ଼ଃ. ବାମନ ଚନ୍ଦ୍ର ଆଚାର୍ଯ୍ୟ ସମ୍ମେଳନ କୁ ସମ୍ବୋଧନ କରି କହିଥିଲେ ଯେ ପରିବେଶ ଏବଂ ଏହାର ସୁରକ୍ଷା ହେଇଛି ଯୁବ ଉଦ୍ଭିଦ ବିଜ୍ଞାନୀ ଙ୍କର ଲକ୍ଷ୍ୟ ହେବା ଆବଶ୍ୟକ।

ଏହା ପରେ ଡ଼ଃ. ଗୌରାଙ୍ଗ ଚରଣ ସ୍ବାଇଁ ଏବଂ ଡ଼ଃ. ପ୍ରଦିପ କୁମାର ରଥ ସଭାକୁ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ କରିବାରେ ଯେଉଁ ବିଦ୍ୟାର୍ଥୀ ମାନଙ୍କର ନିରନ୍ତର ସହଯୋଗ ଥିଲା ସେମାନଙ୍କୁ ଶ୍ରେଷ୍ଠ ସହଯୋଗୀ ସମ୍ମାନ ପ୍ରଦାନ କରଯାଇଥିଲା। ସେମାନେ ହେଲେ ଶ୍ରୀ ଚିରଞ୍ଜିବୀ ପ୍ରଧାନ, ଶ୍ରୀ ବିଶ୍ୱଜିତ୍ ପ୍ରଧାନ ଏବଂ ଶ୍ରୀ ଦେବଶ୍ରୀ ପ୍ରଧାନ । ସଭା କୁ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗ ମୁଖ୍ୟ ଡ଼ଃ. ଗୁରୁ ଚରଣ ନାୟକ ଏବଂ ଏହା ପରେ ବିଦ୍ୟାର୍ଥୀ ମାନେ ପୂରାତନ ବିଦ୍ୟାର୍ଥୀ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଠାରୁ ଶିକ୍ଷଣୀୟ ବିଷୟ ପଚାରି ବୁଝୁଥିଲେ । ଏହି କାର୍ଯ୍ୟକ୍ରମ ରେ ୧୯୬୯ ମସିହା ରୁ ୨୦୨୫ ମସିହା ପର୍ଯ୍ୟନ୍ତ ପାଠ ପଢିଥିବା ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ । ଶ୍ରୀ ସନ୍ତୋଷ କୁମାର ଚୌଧୁରୀ (୧୯୯୨), ଙ୍କ ଭଳି ଅନେକ ବରିଷ୍ଠ ବିଦ୍ୟାର୍ଥୀ ମାନେ ଯୋଗ ଯୋଗ ଦେଇ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ପ୍ରଧ୍ୟାପକ ଡ଼ଃ. ବାମନ ଚନ୍ଦ୍ର ଆଚାର୍ଯ୍ୟ ସମ୍ମେଳନ ର ଏହି ସଂସ୍କରଣ କୁ ସମାପ୍ତ ଘୋଷଣା କରିଥିଲା। କାର୍ଯ୍ୟକ୍ରମ ଟି ଏହାର ମୌଳିକ ଲକ୍ଷ୍ୟ ସାଧନ କରିପାରିଥିଲା।

Leave a Reply

Your email address will not be published. Required fields are marked *