୧୩ ଏପ୍ରିଲ୍  ରୁ ୮ ଜୁନ୍ ସକାଳୁଆ  ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର ୧୦/୦୪/୨୦୨୬ (ଓଡ଼ିଶା ସମାଚାର )-ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ୍ ୧୦ ତାରିଖରୁ ଜିଲ୍ଲାରେ ସକାଳୁଆ ଅଫିସ ଆରମ୍ଭ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏପ୍ରିଲ ୧୩ ତାରିଖ ଠାରୁ୮ ଜୁନ୍ ୨୦୨୬  ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ସକାଳ ୭ ଘଟିକା ରୁ ସକାଳ ୧୦ ଘଟିକା ଅନୁଷ୍ଠିତ ହେବ।

ଆସନ୍ତା ଏପ୍ରିଲ୍ ୧୩ ତାରିଖ ଦିନ ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ  ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁରୋଧ  କରାଯାଉଅଛି ।

Leave a Reply

Your email address will not be published. Required fields are marked *