ବଗୁଲି ବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନିଶ୍ଚିନ୍ତକୋଇଲି,୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଂଚାୟତ ତୀରବିନ୍ଧା ଠାରେ ଅଧିଷ୍ଟିତ ବେଲେଶ୍ୱର ମହାଦେବ ମନ୍ଦିରର ପ୍ରତିଷ୍ଠାତା ଧନେଶ୍ୱର ରାଉତ (ବଗୁଲି ବାବା)ଙ୍କ ପ୍ରତିମୂର୍ତ୍ତି ମନ୍ଦିର ପରିସରରେ ଉନ୍ମୋଚନ ହୋଇଯାଇଛି ।  କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଥିଲା ।  ଏହି ପରିପେ୍ରକ୍ଷିରେ ମନ୍ଦିର ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ବେହେରାଙ୍କ ସଂଯୋଜନାରେ ଏକ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ସରପଞ୍ଚ ଦିପ୍ତିମୟୀ ବରାଳ, ସମାଜସେବୀ ପ୍ରକାଶ ରଞ୍ଜନ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ବଗୁଲି ବାବାଙ୍କ ସ୍ମୃତି ଉଦେଶ୍ୟରେ ମନ୍ଦିର ପରିସରରେ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର କର୍ମକର୍ତ୍ତା ସଚ୍ଚିଦାନନ୍ଦ ରାଉତ, ସୁଶାନ୍ତ କୁମାର ନାୟକ, ରାଜୀବ ଲୋଚନ ରାଉତଙ୍କ ସମେତ ଅନୁଷ୍ଠାନର ସମସ୍ତେ କର୍ମକର୍ତ୍ତା ଓ ଗ୍ରାମବାସୀ ଯୋଗଦେଇ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *