ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା କବାଡି, ଭଲିବଲ, ଖୋଖୋ  ପ୍ରତିଯୋଗିତା -୨୬ ଉଦଘାଟିତ

 ଜଗତସିଂହପୁର,୧୦/୦୪/୨୦୨୬(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ  ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଭଲିବଲ, ଖୋଖୋ ପ୍ରତିଯୋଗିତା -୨୦୨୬, କ୍ରୀଡା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ  ଉଦଘାଟିତ ହୋଇଯାଇଛି ।

ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବରେ,ବାଲିକୁଦା -ଏରସମାର ମାନ୍ୟବର ବିଧାୟକ ସାରଦା ପ୍ରସନ୍ନ ଜେନା,ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ,  ଜିଲ୍ଲା କ୍ରୀଡା ସଂସଦର ସଭ୍ୟ ସାଧୁ ଚରଣ ମହାନ୍ତି ଏବଂ ପ୍ରସନ୍ନ କୁମାର ମହାନ୍ତି ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ  କ୍ରୀଡ଼ାବିତ ମାନଙ୍କୁ ମାର୍ଗଦର୍ଶନ କରିଥିଲ ।

ଅଲଣାହାଟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକୀୟ ବିବରଣୀ ପାଠ ଓ ଉତ୍ସବର ଅଭିମୁଖ୍ୟ ପ୍ରଦାନ କରିଥିଲେ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଦୋଳଗୋବିନ୍ଦ ଦାଶ  । ଜିଲ୍ଲାର କ୍ରୀଡା ଶିକ୍ଷକ ମାନେ ଉତ୍ସବ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।  ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ଵବିଜୟିନୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟଵାଦ ପ୍ରଦାନ କରିଥିଲେ ।ଏହି ସିଏମ ଟ୍ରଫି ପ୍ରତିଯୋଗିତା ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତାରେ ପ୍ରାୟତଃ ୪୦୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *