ଭୁବନ,୨୯/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ଶ୍ରୀମତୀ ସୁମତି ପ୍ରଧାନ ମୁଖ୍ୟ ଅତିଥି ,ଦୁଷ୍ମନ୍ତ କୁମାର ମିଶ୍ର ସମ୍ମାନୀତ ଅତିଥି,ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସମୀର କୁମାର ସାହୁ ମୁଖ୍ୟ ବକ୍ତା,ଉପଦେଷ୍ଟା ହରିହର ମିଶ୍ର ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ ।
ବିନୋଦିନୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଵପ୍ଲିନା ପ୍ରିୟଦର୍ଶିନୀ ବର୍ଦ୍ଧନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ମୁଖ୍ୟ ଉପଦେଷ୍ଟା ନରହରି ସାହୁ ପୁରସ୍କାର ବିତରଣ କରିଥିଲେ । ସମୁଦାୟ ୬୦ ଟି ଷ୍ଟଲ ରେ ଛାତ୍ର ଛାତ୍ରୀ ଙ୍କ ମା ମାନେ ଘରେ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଖାଦ୍ୟ ( ବରା,ଘୁଗୁନି,ଦହିବରା, ଆଲୁଦମ୍,ପୁରୀ, ଚଣା ମସଲା, ଆରିସା,କାକରା,ବିରୀୟାନି ଇତ୍ୟାଦି) ଆଣିଥିଲେ ।
