କଟକ ସଦର ,୧୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ମହାନଦୀ ତଟ ରଟିଲୋ ହନୁମାନ ଛକରେ ଆଜି ଶୁକ୍ରବାର ସଂଧ୍ୟାରେ ଦୁଇଟି ବାଇକ୍ ରେ ଚାରିଜଣ ଦୂର୍ଵୃତ୍ତ ଆସି ଖଣ୍ଡା ବୁଲାଇବା ସହିତ ଫାଙ୍କା ଗୁଳି ଚାଳନା କରି ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣ ଦୂର୍ଵୃତ୍ତ ଙ୍କୁ କାବୁ କରି ଥାନା କୁ ଆଣିବା ସହିତ ଦୁଇଟି ବାଇକ୍ ଜବତ କରିଥିବା ଜଣାପଡିଛି।
ଅନ୍ୟଜଣେ ଦୂର୍ଵୃତ୍ତ ବନ୍ଧୁକ ସହିତ ଅନ୍ଧାରର ସୁଯୋଗରେ ଘଟଣା ସ୍ଥଳରୁ ଖସିଯାଇ ଥିବା ଜଣାଯାଇଛି। ଫେରାର ଦୂର୍ଵୃତ୍ତ କୁ ଧରିଵା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନ ଜାରି ରହିଥିବା ବେଳେ ଆତଙ୍କ ସୃଷ୍ଟି କରିଵାର କାରଣ ଓ ସେମାନଙ୍କ ର ପରିଚୟ ଅସ୍ପଷ୍ଟ ରହିଛି।
