କଟକ ସଦର ,୦୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ ଏକମାଳିକା ବର୍ଣ୍ଣିତ ଗିରିକ୍ରୋଟ (ଗିରିଧାରୀ ମଠ) ରାସ୍ତା ର ଦୂରାବସ୍ଥା ଯୋଗୁଁ ମଠକୁ ଶ୍ରଦ୍ଧାଳୁଙ୍କ ଆଗମନ ଯଥେଷ୍ଟ କମିଯାଇଥିଵା ଅଭିଯୋଗ ହେଉଛି।
ପ୍ରକାଶ ଯେ ଗରାସୁଣୀ ମନ୍ଦିର ଠାରୁ ଗିରିଧାରୀ ମଠ ତଥା କାଇଜଙ୍ଗ ଜଙ୍ଗଲ ପାର୍ଶ୍ଵରେ ଥିବା ଗିରିଧାରୀ ମଠ ଦେଇ ମହାନଦୀ ନଦୀ ବନ୍ଧକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଟି ଦୀର୍ଘ ଦିନ ହେଲା ଖାଲ ଖମାରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ପାଲଟିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳ ତଥା ଵାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ରାସ୍ତାର ଦୂରାବସ୍ଥା ନିରାକରଣ ନିମିତ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଯନ୍ତ୍ରୀ ଙ୍କ ନିକଟରେ ଜନସାଧାରଣ ଦାବି କରିଛନ୍ତି ।
