ଗରଦପୁର,୦୪/୧୨/୨୦୨୫(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ବିଚଣା ହତ୍ୟା କାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ତୁଷାରକାନ୍ତ ବେହେରା ଓରଫ ଦୋକରି (୨୦)କୁ ଗିରଫ କରି ପାଟକୁରା ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଦୀର୍ଘ ଦିନ ଧରି ଫେରାର ଥିବା ଦୋକରି କୁ ଭୁବନେଶ୍ୱର ରୁ ଗିରଫ କରାଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଥାନା ଅନ୍ତର୍ଗତ ହରିଦାସପୁର ଶନିମନ୍ଦିର ନିକଟରେ ଗତ ମେଁ ମାସ ୬ତାରିଖ ରାତ୍ରିରେ ଚିତ୍ରୋତ୍ପଳା ମହୋତ୍ସବ ଚାଲିଥିବା ବେଳେ ବଚସାକୁ
କେନ୍ଦ୍ରକରି ହରିଦାସପୁର ଗ୍ରାମର ଜ୍ୟୋତି ରଞ୍ଜନ ପରିଡା(୨୩)ଙ୍କୁ ଚିତ୍ରୋତ୍ପଳା ନଦୀବନ୍ଧ ପାଶ୍ୱର୍ରେ ଦୁର୍ବୃତମାନେ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ୭୧/୨୫ ନମ୍ବରରେ ହତ୍ୟା ମାମଲା ରୁଜୁ କରାଯାଇଛି ।
ଏହି ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଏହି ଥାନା ଅନ୍ତର୍ଗତ ତାଳସଙ୍ଗା ଖର୍ଦ୍ଧାସାହିର ତୁଷାରକାନ୍ତ ବେହେରା ଓରଫ ଦୋକରି କୁ ପାଟକୁରା ପୁଲିସ ଭୁବନେଶ୍ୱର ରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ଅନ୍ୟତମ ଅଭିଯୁକ୍ତ ଦୋକରିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପାଟକୁରା ଥାନା ଅଧିକାରୀ ମହମ୍ମଦ ଜାମସେଦ୍ ପ୍ରକାଶ କରିଛନ୍ତି । ଏହି ହତ୍ୟା କାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୬ କୁ ବୃଦ୍ଧି ପାଇଛି ।
