ଵିରିଵାଟି ତାରିଣୀ ମନ୍ଦିରରେ ସଦର ବ୍ଲକ ପକ୍ଷରୁ ସ୍ୱଚ୍ଛତା ଅଭିଯାନ 

କଟକ ସଦର ,୦୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ଉତ୍କଳ ଦିବସ ଠାରୁ ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି କଟକ ସଦର ବ୍ଲକ ପକ୍ଷରୁ ଵିରିଵାଟି ତାରିଣୀ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସ୍ୱଚ୍ଛତା ହିଁ ପ୍ରଗତିର ମୁଳମନ୍ତ୍ର ବୋଲି ବାର୍ତ୍ତା ଦେଇ ସଫେଇ ଅଭିଯାନରେ ସାମିଲ ହୋଇଥିଲେ।

ଏଥିରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ, ଵିଆରସି(ବ୍ଲକ ସମ୍ବଳ ଅଧିକାରୀ)ଙ୍କ ସମେତ ଵହୁ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ, ହୃଷିକେଶ ଜେନା, ଲକ୍ଷ୍ମୀପ୍ରିୟା ସ୍ୱାଇଂ, ରାଧାମୋହନ ମହଲା, ଅକ୍ଷୟ ଜେନା ପ୍ରମୁଖ ବହୁ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ପରିଚାଳନା ରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *