ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତା ଅକ୍ଟୋବର ୨୦ ତାରିଖ ରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ ଭାଇଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା l ଏହି ବୈଠକରେ ଅନୁଷ୍ଠାନର ସଭାପତି ଦେବାନନ୍ଦ ମିଶ୍ର (ବବି), ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ଖଗେଶ୍ୱର ଜୟପୁରିଆ, ଉପଦେଷ୍ଟା ଶ୍ରୀମତୀ ସୁନୀତି ମୁଣ୍ଡ, ପ୍ରଶାନ୍ତ ପାଢ଼ୀ, ପ୍ରଣୟ ଜେଠୀ, କୁନାଲ ପଟ୍ଟନାୟକ, କାର୍ଯ୍ୟକାରୀଣୀ କମିଟି ର ଡଃ ବନ୍ଦନା ହରିଚନ୍ଦନ, ପରାଗ ପଟ୍ଟନାୟକ, ସିନା ମହାନ୍ତି, ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଅନୁଷ୍ଠାନ ମିଡ଼ିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ କାଉନସିଲ ଏବଂ ମିନିଷ୍ଟ୍ରି ଅଫ ଲେବର ଆଣ୍ଡ ଏମ୍ପ୍ଲୟମେଣ୍ଟ, ଭାରତ ସରକାର ଅଧୀନରେ ଥିବା ବେଳେ ଏହା ଓଡିଶା ତଥା ଭାରତୀୟ ସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ଉଠିଛି l ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଗ୍ରହଣ ମଧ୍ୟ ବୈଠକରେ ହୋଇଥିଲା l ତେବେ ଆଗାମୀ ବାର୍ଷିକ ଉତ୍ସବରେ ସମସ୍ତ କଳାକାର ତଥା ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିବା ସହିତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *