କଟକ ସଦର,୦୬/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ଦେୱ।ନ ସାହି ଠାରେ ପ୍ରତିବର୍ଷ ପରି ଚଳିତ ମାସ ୧୫ ତାରିଖ ବୁଧବାର ଦିନ ଵାଵା ବଢେ ସାହେବଙ୍କ ପବିତ୍ର ଉର୍ସ ଉତ୍ସବ ପାଳନ ନିମନ୍ତେ କରାମତି ଅଲ୍ଲୀ ଖାନ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୟଦ ତଫଜୁଲ ହୋସେନ୍,ନିର୍ମଳ ଦାସ,କୈ।ସର ଅଲ୍ଲୀ ଖାନ,ଇମାମ କଲିମ୍ ହଵିଵ୍, ହାକିମ ଖାଁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଉର୍ସ ଉତ୍ସବ କୁ ସର୍ବାଙ୍ଗ ସୁନ୍ଦର ସହିତ ସଫଳ କରିବାକୁ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
