କଲେଜ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ , କଟକ ବିରିବାଟି ନିକଟରୁ ଉଦ୍ଧାର କଲା ପୁଲିସ୍

କାର ଜବତ , ଡ଼୍ରାଇଭର ଓ ଜଣେ ସହଯୋଗୀ ଅଟକ , ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଜଣେ ସହଯୋଗୀ ଫେରାର
ପାଟକୁରା, ୦୬/୦୪/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ଥାନାର ଅନତି ଦୂରରେ ଥିବା ଚିତ୍ରୋତ୍ପଳା ନଦୀ ବନ୍ଧ – ଯମୁନାବାଦ ଗଡ଼ା ନିକଟରୁ ଜଣେ କଲେଜ ଛାତ୍ରୀଙ୍କୁ ଆଜି ସକାପô୍ରାୟ ସାଢ଼େ ୧୦ ଟା ବେଳେ ଅପହରଣ କରାଯାଇଥିଲା । ପାଟକୁରା ପୋଲିସ ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଯୁବତୀଙ୍କୁ କଟକ – ପାରାଦୀପ ରାସ୍ତାର ବିରିବାଟି ନିକଟରୁ କନ୍ଦରପୁର ପୋଲିସ୍ ସହଯୋଗରେ ପାଟକୁରା ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ଅପହରଣ ରେ ବ୍ୟବହୃତ କାର କୁ ଜବତ କରାଯିବା ସହିତ ଡ଼୍ରାଇଭର ଓ ଜଣେ ସହଯୋଗୀଙ୍କୁ ପାଟକୁରା ପୋଲିସ ଅଟକ ରଖିଛି ।

ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଜଣେ ସହଯୋଗୀ ଫେରାର ଥିବା ପୋଲିସ ସୂଚନା ଦେଇଛି । ପାଟକୁରା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆଖୁଆ – ଓଡ଼ÿଙ୍ଗ ଚିତ୍ରୋତ୍ପଳା ମହାବିଦ୍ୟାଳୟରେ ଶେଷ ବର୍ଷ ଯୁକ୍ତ ଦୁଇ ପଢ଼ୁଥିବା ଛଦ୍ମ ନାମ ତ୍ସଂଯୁକ୍ତା(୧୭) କୋଚିଂ ସାରି ନିଜ ଘରକୁ ଫେରୁଥିଲେ । ସଂଯୁକ୍ତା ଏବଂ ତାଙ୍କ ସାଙ୍ଗ ଦୁଇଜଣ ନାବାଳିକା ଛାତ୍ରୀ ସାଇକେଲ ରେ ଘରକୁ ଫେରୁଥିଲେ । ଏହି ସମୟରେ ପିଛା କରି ଆସୁଥିବା ଏକ କାର ଯମୁନାବାଦ ଗଡ଼ା ନିକଟରେ ସଂଯୁକ୍ତାଙ୍କୁ ଅଟକାଇଥିଲେ । ଯୋର ଜବରଦସ୍ତ ତାଙ୍କୁ କାର ଭିତରକୁ ଟାଣି ନେଇଥିଲେ । କାର ଟି ଦୃତ ଗତି ରେ ଯମୁନାବାଦ ଗଡ଼ାରୁ ତିର୍ତୋଲ – କଟକ ଆଡ଼େ ଚାଲିଯାଇଥିଲା । ସଂଯୁକ୍ତାଙ୍କ ସାଙ୍ଗ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଏକ ଧକା ଦେଇଥିଲେ । ଏହା ଦେଖି ସେ ସ୍ତମ୍ବିଭୁତ ହେବା ସହ ୫୦୦ ମିଟର ଦୂରରେ ଥିବା ପାଟକୁରା ଥାନାରେ ଆସି ତୁରନ୍ତ ଜଣାଇଥିଲା ।

ସେହିପରି ଅପହୃତା ସଂଯୁକ୍ତାଙ୍କ ବାପା ଏ ସମ୍ପର୍କରେ ଖବର ପାଇ ତୁରନ୍ତ ପାଟକୁରା ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ । ପାଟକୁରା ପୋଲିସ ସେଙ୍ଗ ସେଙ୍ଗ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବା ସହିତ ତୁରନ୍ତ ପଦକ୍ଷେପ ନେଇଥିଲା । ଯେଉଁ କାର ରେ ଛାତ୍ରୀ ଙ୍କୁ ଅପହରଣ କରାଯାଇଥିଲା, ସେ ଗାଡ଼ିର ମାଲିକ ପୋଲିସ କୁ ସହଯୋଗ କରିଥିଲେ ଏବଂ ଜିପିଆରଏସ ସିଷ୍ଟମ କୁ ଅପଡ଼େଟ କରି କାର ଟି କନ୍ଦରପୁର – କଟକ ମଧ୍ୟରେ ଯାଉଥିବା ଲୋକେସନ୍ ଜାଣିପାରିଥିଲେ । ଫଳରେ ପାଟକୁରା ପୋଲିସ – କନ୍ଦରପୁର ପୋଲିସ ସହଯୋଗରେ ବିରିବାଟି ନିକଟରେ କାରଟିକୁ ଜବତ କରିଥିଲେ । ଗାଡ଼ିରେ ଥିବା ଅପହୃତା ସଂଯୁକ୍ତାଙ୍କୁ ଉଦ୍ଧାର କରିବା ସହ ଗାଡ଼ି ଡ଼୍ରାଇଭର ଅନନ୍ତ ପ୍ରସାଦ ନାଥ ଓ ସହ ଅଭିଯୁକ୍ତ ଆୟୁଷ୍ମାନ ଲେଙ୍କା ଙ୍କୁ ଧରି ଆଣି ଥାନାରେ ଅଟକ ରଖିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ଜଣେ ସହଯୋଗୀ ବାଟରେ କାର ରୁ ଓହ୍ଲାଇ ଯାଇ ଫେରାର ଥିବା ପାଟକୁରା ଥାନା ଆଇଆଇସି ମହମ୍ମଦ ଜମସେଦ ସୂଚନା ଦେଇଛନ୍ତି । ଅପହୃତା ନାବାଳିକା କଲେଜ ଛାତ୍ରୀ (ଛଦ୍ମନାମ) ସଂଯୁକ୍ତାଙ୍କ ବାପା ଙ୍କ ଏତଲାକୁ ଭିତିକରି ଏକ ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *