‘ଆର୍ଟ ଅଫ୍ ଗିଭିଙ୍ଗ’ ଓ ‘ପ୍ରୟାସ’ ତରଫରୁ ରଜୋତ୍ସବ-୨୦୨୪ ପାଳିତ

ଭୁବନେଶ୍ୱର,୧୬/୬/୨୦୨୪ (ଓଡ଼ିଶା ସମାଚାର)- ବାଲୁଗାଁ ଅଂଚଳରେ ଥିବା ପଂଚୁପଲ୍ଲୀର କ୍ରୀଡା ଓ ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ‘ପ୍ରୟାସ’ ତରଫରୁ ରଜ ଉତ୍ସବ-୨୦୨୪ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ‘ଆର୍ଟ ଅଫ୍ ଗିଭିଙ୍ଗ୍’ ଆନୁକୂଲ୍ୟରେ ଏହି ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା । ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, କବି ଗୋପୀନାଥ ଦାଶ, ନିର୍ଦ୍ଧେଶକ ପ୍ରମୋଦ କୁମାର ସ୍ୱାଇଁ, ଚିତ୍ରଶିଳ୍ପୀ ସୁରେନ୍ଦ୍ର ବାବୁ ଙ୍କ ସହିତ ବହୁ ସାମ୍ବାଦିକ, ଶିକ୍ଷକ, କ୍ରୀଡ଼ାବିତ୍ ଉପସ୍ଥିତ ଥିଲେ ।
‘କିଟ୍’ ଅନୁଷ୍ଠାନର ଅଧ୍ୟାପିକା ଶ୍ରୀମତୀ ଚିନ୍ମୟୀ ମହାପାତ୍ର ସଭାରେ ‘ଆର୍ଟ ଅଫ୍ ଗିଭିଙ୍ଗ୍’ର ମହତ୍ୱ ଓ ପ୍ରସାର ସମ୍ପର୍କରେ ଆଲୋକପାତ କରିଥିଲେ ।
ରଜମହୋତ୍ସବ-୨୪ରେ ଚଳିତ ବର୍ଷ ଦୋଳି, ଝୋଟି ଚିତା, ମୁରୁଜ, ରେଙ୍ଗାଲି, ପିଠାପଣା, ଡ୍ୟାନ୍ସ, ମୁ୍ୟଜିକ ଚେୟାର ପ୍ରଭୃତି ପ୍ରତିଯୋଗିତା ମାନ ସ୍ଥାନ ପାଇଥିଲା । ପ୍ରାୟ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଆମନ୍ତ୍ରିତ ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ସମ୍ପାଦକ କୁଳମଣି ବାରିକ ଓ ଉପଦେଷ୍ଟା ଲଲାଟେନ୍ଦୁ ଦାଶ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।

Leave a Reply

Your email address will not be published. Required fields are marked *