ଭେଟନଇ ମେଡିକାଲରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ

ଆସିକା,୨୮/୦୯/୨୦୨୫(ଓଡ଼ିଶା ସମାଚାର)- ଆସିକା ବ୍ଲକର ଭେଟନଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ପ୍ରାଥମିକ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଠାରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଭେଟନଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସଭାପତି ତଥା ଜିଲା ପରିଷଦ ସଭ୍ୟା ସୌଦାମିନୀ ନାହାକ, ଭେଟନଇ ସରପଂଚ ନମିତା ଜେନା, ମେଡିକାଲର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ କ୍ଷେତ୍ରଲାଲ ବେହେରା, ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ ଅନିଲ ନାହାକ, ସମାଜସେବୀ ଟୁଲୁ ଜେନା ଓ ୱାର୍ଡ ସଭ୍ୟ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆମ ଅଂଚଳର ବାଳିକା ଓ ମହିଳାଙ୍କ ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା ର ଯାଂଚ କରିବା, ଅଣ ସଂକ୍ରାମକ ରୋଗର ଚିକିତ୍ସା ଯକ୍ଷ୍ମା, ରକ୍ତ ହୀନତା, ସିକିଲ ସେଲ, ଥାଲାସେମିଆ, ଟୀକାକରଣ ସମେତ ଋତୁ ସ୍ରାବ ଜନିତ ପରିଷ୍କାର ପରିଛନ୍ନତା, ଖାଦ୍ୟରେ ତେଲ ଜନିତ, କମ ଲୁଣ, କମ ଚିନି ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ, ଭେଟନଇ ମେଡିକାଲର କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *