କେନ୍ଦ୍ରାପଡ଼ା, ୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ତରଡିପାଳ ହାଇସ୍କୁଲର ୧୯୯୧ ବ୍ୟାଚର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଏକ ସ୍ମୃତିମୟ ମିଳନ ଉତ୍ସବ ଗରାପୁରସ୍ଥିତ ମୟୂରୀ ପ୍ୟାଲେସରେ ଅନୁଷ୍ଠିିତ ହୋଇଯାଇଛି । ଦୀର୍ଘ ବର୍ଷ ବ୍ୟବଧାନରେ ପୁଣିଥରେ ସମସ୍ତେ ଏକତ୍ରିତ ହୋଇ ପୁରୁଣା ଦିନର ସ୍ମୃତିକୁ ତାଜା କରିଥିଲେ । ଏହି ଅବସରରେ ସହପାଠୀମାନେ ନିଜ ଶିକ୍ଷାଜୀବନର ଅନୁଭବ, ଶିକ୍ଷକମାନଙ୍କ ସହିତ କାଟିଥିବା ସମୟ ଓ ସ୍କୁଲ ଦିନର ଅମୂଲ୍ୟ ସ୍ମୃତିକୁ ବିନିମୟ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ଦୂରାଦୂରାନ୍ତରୁ ଆସି ଏହି ମିଳନ ଉତ୍ସବରେ ଯୋଗଦେଇଥିଲେ ।

ଯାହା କାର୍ଯ୍ୟକ୍ରମକୁ ଆହୁରି ରଙ୍ଗିନ କରିଥିଲା । କାର୍ଯ୍ୟକ୍ରମରେ ସମ୍ମାନସଭା ଓ ସାଧାରଣ ଆଲୋଚନା ଆୟୋଜିତ ହୋଇଥିଲା । କିଛି ପୂର୍ବତନ ଶିକ୍ଷକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ମିଳନ ଉତ୍ସବ ମାଧ୍ୟମରେ ସମସ୍ତେ ଆଗାମୀ ଦିନରେ ଏପରି ଅନୁଷ୍ଠାନ ଆୟୋଜନ କରିବାକୁ ସଂକଳ୍ପ କରିଥିଲେ ଓ ପରସ୍ପର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମତବିନିମୟ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜୟ କୁମାର ପରିଡା, ଦେବକାନ୍ତ ବିଶ୍ୱାଳ, ହରିହର ଦାଶ, ବିଜୟ କୁମାର ବେହେରା, ଅଜିତ ପ୍ରଧାନ, ଦିଲୀପ ପରିଡା, ସୁବ୍ରତ ବିଶ୍ୱାଳ, ସୁଭଶ୍ରୀ ବିଶ୍ୱାଳ, ସବିତା ବିଶ୍ୱାଳ, ହିଟଲର ଦାସ, ହିମାଦ୍ରି ଶର୍ମା, ରଞ୍ଜିତ ଶର୍ମା, ରୋଜି ସାମଲ, ରୁକ୍ମଣୀ ଦାସ, କବିତା ଆରୁକ, ମିନତୀ ଆରୁକ, ତ୍ରିଲୋଚନ ମଲିକ, ପ୍ରସନ୍ନଜିତ ଶର୍ମା ଓ ପୁରୁଷୋତମ ତାରାଇ ପ୍ରମୁଖ ଉପସ୍ଥିତ ଥିଲେ ।
