ଧାମରା ସାହିତ୍ୟ ସଂସଦର ବସନ୍ତ କାବ୍ୟ ଉତ୍ସବ

ରାଉରକେଲା,୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଧାମରା ସାହିତ୍ୟ ସଂସଦର ବସନ୍ତ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ ଓ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ଆସରରେ ବରେଣ୍ୟ ବକ୍ତା ଭାବେ ଡ.ଅଶ୍ବିନୀ କୁମାର ରାୟ, ଡା.ଗୀତାଞ୍ଜଳି ପତ୍ରୀ ,ଅଙ୍ଗୁରବାଳା ପରିଡା, ଡ.ସରୋଜିନୀ ପଟ୍ଟନାୟକ , ଡ.ଆଶୁତୋଷ ଦେବୀ ପ୍ରସାଦ ରାଉତ ,ଦେବସ୍ମିତା ପଣ୍ଡା ଏବଂ ନଳିନୀ ପ୍ରଭା ଦାଶ ଯୋଗ ଦେଇ ସେମାନଙ୍କର ବକ୍ତବ୍ୟରେ କହିଲେ କହିଲେ ସ୍ବପ୍ନ ପ୍ରୀତି ସମ୍ଭାବନାର ଋତୁ ହେଉଛି ବସନ୍ତ , ଋତୁରାଜ ବସନ୍ତର ଆଗମନରେ ଧରା ହୁଏ ଆନମନା । ଜୀବନ ଓ ଜଗତକୁ ଚଳ ଚଞ୍ଚଳ ଓ ମଧୁମଗ୍ନା କରିବାରେ ସୃଷ୍ଟିର ସୃଜନଶୀଳତାର ତୂଳୀକୁ ରସାଣିତ କରିବାରେ ବସନ୍ତ ଋତୁର ଭୁମିକା ଅବର୍ଣ୍ଣନୀୟ ।

ବସନ୍ତର ବିରହ ବେଦନା ପ୍ରୀତିର ଅନନ୍ୟ ସ୍ବାକ୍ଷର ଏ ଧରାରେ ଛାଡିଦେଇ ଅଭିଷିକ୍ତ ହୁଏ ଋତୁରାଜ । ଅନେକ ପୁରାତନ ଓ ନୂତନ କବିଙ୍କର ବସନ୍ତ ଆଧାରିତ କବିତାକୁ ସେମାନେ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ । ସଭାପତି ଶ୍ରୀ ବେହେରା ତାଙ୍କର ସଭାପତିତ୍ବ ଅଭିଭାଷଣରେ କହିଲେ କବିତା ଯଦି ହୃଦୟସ୍ପର୍ଶି ନ ହେଲା ତାହା କଦାପି କାଳଜୟୀ ହୋଇ ପାରିବନି । ସାଧାରଣ ସଂପାଦକ ଭଗବାନ ରାଉତ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇ କହିଲେ ଧାମରା ସଂଘ ସାମାଜିକ କାର୍ୟ୍ୟ ସହିତ ସାହିତ୍ୟ ସଂସ୍କୃତି କାର୍ୟ୍ୟକ୍ରମ କରିବାରେ ସାରା ଓଡିଶାରେ ଏକ ଅଗ୍ରଣୀ ଅନୁଷ୍ଠାନ ।ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ୟ୍ୟ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା ,କବି ସୁଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିଲା ବେଳେ ନିରଂଜନ କରଣ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛଅ ଜଣ କବିଙ୍କୁ ଧାମରା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଦ୍ବିତୀୟ ପର୍ୟ୍ୟାୟରେ କବୀ ପ୍ରଣତୀ ବେହେରାଙ୍କ ସଭାପତି ଓ ସଂଯୋଜିକା ଭାବରେ ରୀନାରାଣୀ ସ୍ବାଇଁ,ଅମ୍ରିତା ସିଂହ,ହରପ୍ରିୟା ସାମଲ,ସବିତା ପରିଡାଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ,ସଂଜିବ ଭୋଇ, ବଳରାମ ରାଉଳ,ତ୍ରିଲୋଚନ ସ୍ବାଇଁ, ଡ.କୃପାସିନ୍ଧୁ ନାୟକ,ଉପେନ୍ଦ୍ର ବସ୍ତିଆ,ଦିବାକର ଦାସ,ସସ୍ମିତା ପ୍ରଧାନ,ପ୍ରତାପ ପଣ୍ଡା, ମୀନକେତନ ପଶାୟତ,ଅକ୍ଷୟ କୁମାର ସାମଲ ,ସୁକାନ୍ତ ମହାପାତ୍ର, ନିରୁପମା ପତି ପ୍ରମୁଖ ୪୩ ଜଣ କବି କବିତା ପାଠ କରିଥିଲେ । ସମସ୍ତ କବିଙ୍କୁ ଧାମରା ସଂଘ ତରଫରୁ ଉତ୍ତରୀୟ ଓ ସମ୍ମାନ ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ କବୀ ନିରୁପମା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *