କେନ୍ଦ୍ରାପଡ଼ା,୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ୮୦ତମ ଜନ୍ମଦିବସ ଅବସରରେ ପୌରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟକୁ ଟ୍ରଷ୍ଟ ପକ୍ଷରୁ ଏକ ନୂତନ ହାରମୋନିୟମ ପ୍ରଦାନ କରାଯାଇଛି ।
ଏହି ସ୍ୱତନ୍ତ୍ର ବିଦ୍ୟାଳୟର ପିଲାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପ୍ରଦାନ କରାଯାଇଛି । ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ଏହି ହାରମୋନିୟମକୁ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସଙ୍କୁ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ପ୍ରଦାନ କରିଥିଲେ । ଏହା ପ୍ରଦାନ ସମୟରେ ଶିକ୍ଷକ ସହକାରୀ ଶିକ୍ଷକ ବଟକୃଷ୍ଟ ବାରିକ ଓ ଅରୁଣ କୁମାର ବେହେରା, କର୍ମଚାରୀ ମହେନ୍ଦ୍ର ସିଂ, ଅଲେଖ କୁମାର ଜେନା, ଗୀତାଞ୍ଜଳି ଦାସ, ମାନିନୀ ବେହେରାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ପିଲାମାନେ ଡ. ଦାସଙ୍କ ଦୀର୍ଘ ନିରାମୟ ଜୀବନ କାମନାକରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଊଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
