ସୁନାବେଡ଼ା ପୌରପରିଷଦ ପକ୍ଷରୁ’ ପରବ ୨୦୨୩

କୋରାପୁଟ, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)-ମଙ୍ଗଳବାର ସୁନାବେଡ଼ା -୧ ସ୍ଥିତ ଦଶହରା ପଡିଆ ଠାରେ ପୌରପରିଷଦ ପକ୍ଷରୁ’ ପରବ ୨୦୨୩ ‘ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ସେମିଳିଗୁଡା ସ୍ଥିତ ଅଗ୍ନି ଗାଙ୍ଗା’ ମା ‘ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ‘ ପରବ’ ମଶାଲ ଆଣିବା ପରେ ସୁନାବେଡ଼ା-୧ ଦଶହରା ପଡିଆ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ‘ ପରବ ‘ ର ଶୁଭାରମ୍ଭ କରାଯାଇଥିଲା । ପରବ ୨୦୨୩ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପୋଡ଼ାଲ ଯୋଗ ଦେଇ ଥିବା ବେଳେ ପୌର ପରିଷଦର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ପାତ୍ର , ଉପ ନଗରପାଳ ରିତୁ କଂଟା , ନିର୍ବାହୀ ଅଧିକାରୀ ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୌର ପରିଷଦ ର ସମସ୍ତ କାଉସିଲର, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ଖେଳ ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ରଘୁନାଥ ବେହେରା , ସନ୍ଦିପ ପଟ୍ଟନାୟକ, ରତ୍ନାକର ବାରିକ ,ପ୍ରଦିପ୍ତ କୁମାର ଦାସ ପରିଚାଳନା କରିଥିଲେ । ଚିତ୍ରାଙ୍କନ ଓ ଝୋଟି ପ୍ରତିଯୋଗିତା କୁ କଳା ଶିକ୍ଷକ ମନୋଜ କୁମାର ମୁଦୁଲି , ଅମଳେନ୍ଦୁ ଜାନା ପରିଚାଳନା କରିବା ସହିତ ବିଚାରକ କରିଥିଲେ । ସଙ୍ଗୀତ ପ୍ରତିଯୋଗିତା ରେ ମାନସୀ ଘୋଷ, ବିଦ୍ୟୁତ୍ ପ୍ରଭା ରଥ,ଅମିତା ରାୟ, ଆଙ୍କୁରିତା ନାୟକ ବିଚାରକ ଭାବେ ଥିଲେ । ନୃତ୍ୟ ପ୍ରତିଯୋଗୀତା ରେ ପ୍ରଶାନ୍ତ କୁମାର ନାୟକ, ସନ୍ଦୀପ ଖରା, ମିତ୍ରଭାନୁ ମିଶ୍ର ବିଚାରକ ଭାବେ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଭାବେ ଲକ୍ଷ୍ମୀଧର ମହାପାତ୍ର ଏବଂ ଶେଖ ଇବ୍ରାହିମ ପରିଚାଳନା କରିଥିଲେ ।’ ପରବ ‘ ମଣ୍ଡପ ରେ କଳାକାର ଓ ଛାତ୍ରଛତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଏହି ପରବ ଉତ୍ସବ ରେ ପୌରାଂଚଳ ର ବିଭିନ୍ନ ସ୍କୁଲର ଶିକ୍ଷକ , ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉଦଯାପନୀ ସମାରୋହରେ କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ସହର ଉନ୍ନୟନ ନିର୍ଦ୍ଧେଶକ ଦେବୀ ପ୍ରସାଦ ତାଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave a Reply

Your email address will not be published. Required fields are marked *