ଶିକ୍ଷାବିତ୍ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ଯାଜପୁର, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ଶିକ୍ଷାବିତ୍ ,ସାମାଜିକ କର୍ମୀ ତଥା ସୁଜନପୁର ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ସ୍ୱର୍ଗତ ସୁରେନ୍ଦ୍ର ରାଉତ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ତାଙ୍କ ଗ୍ରାମ ସାହାସପୁର ଠାରେ ଏକ ସାମୁହିକ ଶ୍ରଦ୍ଧାସୁମନ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗୀତାପାଠ ଓ ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା।
ଏହି କାର୍ୟ୍ୟକ୍ରମରେ ସ୍ୱର୍ଗତ ରାଉତ ଙ୍କ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନା ଅନୁଯାୟୀ ଉକ୍ତ ସ୍ମରଣିକା କୁ ସ୍ୱର୍ଗତ ରାଉତ ଙ୍କ ପ୍ରିୟ ଛାତ୍ର ତଥା ଜଣାଶୁଣା ସାମଜିକ କର୍ମୀ , ଯାଜପୁର ବିଧାୟକ ଙ୍କ ପ୍ରତିନିଧି ,ସୁଜନପୁର ପଂଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀ ଗଣେଶ ଚନ୍ଦ୍ର ମହାକୁଡ ଉନ୍ମୋଚନ କରାଇ ସ୍ୱର୍ଗତ ରାଉତ ସ୍ଥାନୀୟ ଅଞ୍ଚଳର ଜଣେ ଅସାଧାରଣ ବ୍ୟକ୍ତି ଓ ଶିକ୍ଷାବିତ୍ ଥିଲେ ବୋଲି ମତ ଦେଇଥିଲେ ।
ସ୍ୱର୍ଗତ ରାଉତ ଙ୍କ ପାଇଁ ଆଜି ବହୁ ଛାତ୍ର ଛାତ୍ରୀ ବେଶ ଉଚ୍ଚ ପଦରେ ରହି ନା ମଧ୍ୟ କମାଇଥିବା ,ଶ୍ରୀ ମହାକୁଡ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ପଣ୍ଡା , କୈଳାସ ନାୟକ , ସଚ୍ଚିଦାନନ୍ଦ ମହାନ୍ତି , କୈଳାସ ଚନ୍ଦ୍ର ବେହେରା , ପ୍ରହ୍ଲାଦ ପାଢ଼ୀ , ଅଜୟ କୁମାର ବାରିକ , ପ୍ରଶାନ୍ତ ସାହୁ , ଜଳଧର ମହାନ୍ତି , ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ପ୍ରଦାନ କରିଥିଲେ ।
ଏହି କାର୍ୟ୍ୟକ୍ରମକୁ ସ୍ୱର୍ଗତ ରାଉତ ଙ୍କ କନିଷ୍ଟ କନ୍ୟା ଶୁଭଲକ୍ଷ୍ମୀ ରାଉତ ପରିଚାଳନା କରିବା ସହ ସମସ୍ତ ଅତିଥି ମାନଙ୍କୁ ସାଧୁବଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *