ଆଡ଼ମ୍ବର ସହ ପାଳିତ ହେଲା ଉତ୍କଳ ଦିବସ ।

ବଡ଼ବିଲ, ୦୨/୦୪/୨୦୨୬ (ଓଡ଼ିଶା ସମାଚାର)- ବୁଧବାର ଦିନ ବଡ଼ବିଲ ରେ ଉତ୍କଳ ଦିବସ ପାଳନ ସମିତି ଓ ଜାତୀୟ ପାଳନ ଦିବସ ସମିତି ମିଳିତ ଆନୁକୂଲ୍ୟରେ ପାଳନ କରାଗଲା ଉତ୍କଳ ଦିବସ।ପ୍ରାତଃ ସମୟ ରେ ରାମ ଧ୍ୱନି ସହ ଓଡିଶା ର ବର ପୁତ୍ରମାନଙ୍କୁ ପୁଷ୍ପ ମାଳ ଦେବା ସ୍ଥାନୀୟ ବିକାଶ ମହଲ ଠାରେ ଜାତୀୟ ପତକା ଉତୋଳନ ଓ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ନାରୀ ମାନଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ, ଝୋଟି ରଙ୍ଗୋଲି, କବିତା ପାଠ ପ୍ରତିଯୋଗିତା କରାଯାଇଥିଲା ଏବଂ ସ୍ଥାନୀୟ ହରି ହର ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବିକାଶ ମହଲ ଠାରେ ପହଂଚି ଥିଲା

ଏହି ଶୋଭାଯାତ୍ରା ରେ ସୁଦୂର ସମ୍ବଲପୁର ର ଘଣ୍ଟ ନୃତ୍ୟ, ମୟୁରଭଞ୍ଜ ର ମୟୁର ନୃତ୍ୟ ସହ କୋରାପୁଟ ର ଆଦିବାସୀ ନୃତ୍ୟ ଜନସାଧାରଣ ଙ୍କୁ ଅତି ମନଲୋଭା କର ହୋଇଥିଲା ଏହି ଶୋଭାଯାତ୍ରା ରେ ବଡ଼ବିଲ ର ସହ ସହ ନଗର ବାସି ଯୋଗ ଦେଥିଲେ ଓ ସନ୍ଧ୍ୟା ରେ ବିକାଶମହଲ ପଡିଆ ଠାରେ ପିଠା ର ପ୍ରତିଯୋଗିତା କରାଯାଇଥିଲା ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ କରାଯିବା ସହ କରାଯାଇଥିବା ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା,ବଡ଼ବିଲ ସଡିପିଓ ଦେବନ୍ଦ୍ର ନାଥ ପିଙ୍ଗୁଆ ଓ ବଡ଼ବିଲ ପୌରପାଳିକା ର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନୟାକ ସାଂସଦ ପ୍ରତିନିଧି ନୀଳ ମଣି ମହାନ୍ତ ଓ ଚନ୍ଦ୍ରଗୁପ୍ତ ପ୍ରସାଦ ଯୋଗ ଦେବା ସହ କମିଟି ବରିଷ୍ଠ ସଦସ୍ୟ ରାଜକିଶୋର ଦାସ, ବିଜୟୀ ମହାନ୍ତି, ରମେଶ ଚନ୍ଦ୍ର ମିଶ୍ର, ବିଭିନ୍ନ ନାରୀ ସଂଗଠନ ଯୋଗ ଦେଇଥିଲେ ଏହି ସଭା କାର୍ୟ୍ୟକ୍ରମ କୁ ଅଶୋକ ପ୍ରଜାପତି, ମଣ୍ଟୁ ଦାସ, ସୁଶୀଲ ପଟ୍ଟନାୟକ, ରାମୁ କର୍ମକାର ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *