ପିପିଲି ମିଡିଆ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ

ସମାଜକୁ ପରିବର୍ତନ କରିବାର ଶକ୍ତି ଏକମାତ୍ର ସାମ୍ବାଦିକଙ୍କର ରହିଛି

 ପିପିଲି, ୧୭/୧୧/୨୦୨୪ (ଓଡ଼ିଶା ସମାଚାର)- ନିର୍ଭିକ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ରକ୍ଷାକାରୀ । ଗଣମାଧ୍ୟମ ବିନା ସାଧାରଣ ଲୋକେ ସୁଶାସନ ଓ ନ୍ୟାୟ ପାଇବାରୁ ବଂଚିତ ହେବେ ।  ସାଧାରଣ ନାଗରିକର ମୌଳିକ ଅଧିକାର ମଧ୍ୟ ଗଣମାଧ୍ୟମ ବିନା ରହିପାରିବ ନାହିଁ । ସାମ୍ବାଦିକ ସର୍ବଦା ସତ୍ୟ ତଥ୍ୟ ଉପରେ ଖବର ଆଧାରିତ କଲେ ସମାଜର ମଙ୍ଗଳ ହେବ । ନିଜ ଲେଖନୀ ମୂନରେ ସମାଜକୁ ପରିବର୍ତନ କରିବାର ଶକ୍ତି ଏକମାତ୍ର ସାମ୍ବାଦିକଙ୍କର ଅଛି ବୋଲି ଶନିବାର ଦିନ ପିପିଲି ଦାଣ୍ଡମକୁନ୍ଦପୁର ସ୍ଥିତ ଗୋପାଳଜିଉ କଲ୍ୟାଣ ମଣ୍ଡପ ଠାରେ ପିପିଲି ମିଡିଆ ୟୁନିୟନ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ୨୦୨୪ ସମାବେଶ ଅବସରରେ ଅତିଥିମାନେ ଯୋଗଦେଇ ନିଜର ମତ ପ୍ରକାଶ କରିଥିଲେ । ଏହି ସମାବେଶକୁ ମିଡିଆ ୟୁନିୟନ ର ସଭାପତି ମନୋରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ହେଉଥିବା ବେଳେ ଏଥିରେ ପିପିଲି ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।  ଏଥିସହ ମୁଖ୍ୟ ବକ୍ତା ଭାବେ ପିପିଲି ତହସିଲଦାର ଦିଲ୍ଲିପ କୁମାର ମାଝି ଯାଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଂଗ୍ରେସ ନେତା ଜ୍ଞାନ ରଂଜନ ପଟ୍ଟନାୟକ , ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରୀୟବ୍ରତ ସାମନ୍ତରାୟ, ପିପିଲି ଥାନା ଅଧିକାରୀ ସୈାମ୍ୟନ୍ଦୁ ଶେଖର ତ୍ରୀପାଠୀ,ପିପିଲି ଏନଏସି ଅଧ୍ୟକ୍ଷ ସେକ ବାବୁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶାଙ୍କ , ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏଥିସହ ବରିଷ୍ଠ ସାମ୍ବାଦିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରେସ ଦିବସ ପାଳନର ଆବଶ୍ୟକତା ସଂପର୍କରେ ମତାମତ ରଖିଥିଲେ । ଏହି ଅବସରରେ ଶିକ୍ଷା, ସମାଜ ସେବା ଓ କୃଷି କ୍ଷେତ୍ରରେ ଓ ଜାତୀୟ ସ୍ତରୀୟ ଖେଳାଳୀ ମାନଙ୍କ  ଉଲ୍ଲେଖନୀୟ ଅବଦାନ ଓ ସଫଳତା ହାସଲ କରିଥିବା ପ୍ରତିଭା, ବ୍ୟକ୍ତି ବିଶେଷ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି କାଯ୍ୟକ୍ରମରେ ମିଡିଆ ୟୁନିୟନର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଉପସଭାପତି ବାଲୁଙ୍କେଶ୍ୱର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସାଧାରଣ ସଂପାଦକ ଦେବାଶିଷ ସିଂରାୟନ ବାର୍ଷିକ ବିରରଣି ପଠନ କରିଥିବା ବେଳେ ସହ ସଂପାଦକ ସଂଜୟ କୁମାର ପ୍ରଧାନ ସଭା ପରିଚାଳନାରେ ସହଯୋଗ କରିଥିଲେ ।  କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ ଦେଇଥିବା ବେଳେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ମିଡିଆ ୟୁନିୟନର ସମସ୍ତ ସଦସ୍ୟ ମାନେ ପରିଚାଳନାରେ ସହଯୋଗ  କରିଥିଲେ ।

Leave a Reply

Your email address will not be published. Required fields are marked *