କଟକ ସଦର,୧୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ଯୁବ ସଂଗଠକ ଇଂ ସତ୍ୟ ସିଦ୍ଧାନ୍ତ ଦାଶ ଙ୍କ ପକ୍ଷରୁ ରବିବାର ଦିନ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଟିଲୋ ମହାନଦୀ ପଠା ପିକନିକ୍ ସ୍ଥାନରେ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ଯୁବ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଆଗାମୀ ଦିନରେ ଯୁବକ ମାନେ ସମାଜସେବା ପାଇଁ ଆଗେଇ ଆସିଲେ ସମାଜର ଉନ୍ନତି ସମ୍ଭବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ପଟ୍ଟନାୟକ, ସୁଧିର ରଞ୍ଜନ ନାୟକ, ଦେବାଶିଷ ମିଶ୍ର, ଅରବିନ୍ଦ ସାହୁ, ଜୀବନଜ୍ୟୋତି ଖଣ୍ଡୁଆଳ,ଜାହିଦ୍ ଖାଁ, ରାଜେନ୍ଦ୍ର ସୁ,ସୁହାନ ଅଲ୍ଲୀ, ପବିତ୍ର ସାହୁ ପ୍ରମୁଖ ଶତାଧିକ ଯୁବକ ସାମିଲ ହୋଇଥିଲେ।
ଯୁବ ସଂଗଠକ ସତ୍ୟ ସିଦ୍ଧାନ୍ତ ଦାଶ ଙ୍କ ପକ୍ଷରୁ ବନ୍ଧୁ ମିଳନ ଆୟୋଜନ
