ଭୁବନ ୩୧/୦୩/୨୦୨୬ (ଓଡ଼ିଶା ସମାଚାର)- ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ବରିଷ୍ଟ କିରଣୀ ବିଜୟ କୁମାର ପୃଷ୍ଟିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। +୨ ଅଧ୍ୟକ୍ଷା ସୂପ୍ତିମୟୀ ସେନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା
ସଭାରେ ପୂର୍ବତ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ, ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ , ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ,ଅଧ୍ୟାପିକା ଡକ୍ଟର ମମତା ପାତ୍ର, ଡକ୍ଟର ପ୍ରମିଳା ଦାସ , ଡକ୍ଟର ନମିତା ଦାଶ, ମଞ୍ଜୁଷା ମଞ୍ଜରୀ ମିଶ୍ର, ଅଧ୍ୟାପକ ସୁଧାଂଶୁ ଶେଖର ଓଝା,କର୍ମଚାରୀ କୈଳାସ ଚନ୍ଦ୍ର ପାତ୍ର,ବାସନ୍ତୀ ବେହେରା, ଗୟାଧର ଦାସ, ନମିତା ଦ୍ବିବେଦୀ ପ୍ରମୁଖ ବିଦାୟୀ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ପ୍ରଦାନ କରି କିରାଣୀ ବିଜୟ ପୃଷ୍ଟି ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।
ବିଦାୟୀ କର୍ମଚାରୀ ଶ୍ରୀଯୁକ୍ତ ପୃଷ୍ଟି ଭାବ ବିହ୍ୱଳ ହୋଇ ଦିବଂଗତ ନେତା ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ,ନାରୀ ଶିକ୍ଷାର ପ୍ରସାର ପାଇଁ ୧୯୯୧ ମସିହାରେ ତତ୍କାଳୀନ ବିଧାୟକ ପ୍ରସନ୍ନ ବାବୁ ମହିଳା ମହାବିଦ୍ୟାଳୟ ସ୍ଥାପନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ।କାର୍ଯ୍ଯକ୍ରମ କୁ ଡକ୍ଟର ତେଜସ୍ଵୀନି ବେହେରା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପ୍ରଣତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କଲେଜ ତରଫରୁ ଶ୍ରୀଯୁକ୍ତ ପୃଷ୍ଟି ଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉପହାର ପ୍ରଦାନ କରାଯାଇଥିଲା।
