କଟକ ସଦର,୩୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ସର୍ବପୁରାତନ କଟକ ଵାର ଆସୋସିଏସନ୍ ର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ଆଜି ମଙ୍ଗଳବାର ଅପରାହ୍ନରେ ଆସୋସିଏସନ୍ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦାୟୀ ସଭାପତି ଦାମୋଦର ଦେଓ ଙ୍କ ସଭାପତିତ୍ବ ଓ ବରିଷ୍ଠ ଆଇନଜୀବୀ କ୍ଷେତ୍ର ମୋହନ ଧଳଙ୍କ ସଂଯୋଜନା ରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ମାନବାଧିକାର କମିଶନ ପୂର୍ବତନ ସଦସ୍ୟ ଅସୀମ ଅମିତାଭ ଦାଶ, ନିର୍ବାଚନ ଅଧିକାରୀ ରାମକୃଷ୍ଣ ରଥ, ଅକ୍ଷୟ କୁମାର ପତି, ଵିନୋଦ କୁମାର ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ।
ଏଥିରେ ନିର୍ବାଚିତ ସଭାପତି ଗୋବର୍ଦ୍ଧନ ସ୍ୱାଇଁ, ଉପସଭାପତି ଅନାଦି ଚରଣ ସତପଥି, ସଂପାଦକ ଦିଲ୍ଲୀପ କୁମାର ମହାପାତ୍ର,ଯୁଗ୍ମ ସମ୍ପାଦକ ମହେନ୍ଦ୍ର ଲାଲ ଜେନା, କୋଷାଧ୍ୟକ୍ଷ ଦେବାଶିଷ ମହାନ୍ତି,ସହ ସଂପାଦକ ମମତା ସ୍ୱାଇଁ, କାର୍ଯ୍ୟକାରୀ କମିଟି ସଦସ୍ୟ/ସଦସ୍ୟା ଲିଜା ଭଞ୍ଜଦେଓ, ରିଙ୍କୁ ପରିଡ଼ା, ରାମଚନ୍ଦ୍ର ସାହୁ,ସତ୍ୟକାନ୍ତ ରାଉତ୍ରା, ଗୋବିନ୍ଦ ଚନ୍ଦ୍ର ରାୟ ପ୍ରମୁଖ ଶପଥଗ୍ରହଣ କରିଥିଲେ। ଶେଷରେ ନିତ୍ୟାନନ୍ଦ ବେଉରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପରିଚାଳନାରେ ଜ୍ୟୋତିନ୍ଦ୍ରିୟ ମହାନ୍ତି, ଦିଲ୍ଲିପ କୁମାର ମହାରଣା, ସଂଯୁକ୍ତା ପାତ୍ର, ସନ୍ତୋଷ କୁମାର ମହାନ୍ତି,ଅମିୟ କୁମାର ସତପଥି, ସସ୍ମିତା ଦେବତା, ଦେବାଶିଷ ଦାସ ପ୍ରମୁଖ ସମସ୍ତ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ମାନେ ସହାୟତା କରିଥିଲେ।

