କଟକ ସଦର ଵ୍ଲକରେ ‘ଵିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ 

କଟକ ସଦର,୦୫/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେଡ଼ି ସରକାର ସମୟରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ହୋଇଥିବା ‘ଆମ ଗାଁ ଆମ ବିକାଶ’ ପରେ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁ କୁ ବଦଳାଇ ଆଜି (ବୁଧବାର ଦିନ) ବିଜେପି ସରକାର ଓଡିଶାରେ ‘ଵିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଖୋର୍ଦ୍ଧା ଜଙ୍କିଆ ଠାରେ ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ କଟକ ସଦର ବ୍ଲକରେ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ‘ଵିକଶିତ ଗାଁ ବିକଶିତ ଓଡ଼ିଶା’ଯୋଜନାର ଶୁଭାରମ୍ଭ କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ‌ ବିଧାୟକ ଇଂ ସେଠୀ ଙ୍କ ସହିତ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ନାୟକ,ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ଵିଡିଓ ଇଂ ପ୍ରତୀକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍, ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ,ସିଡିପିଓ ରଶ୍ମିତା ମହାନ୍ତି,ଯୋଗାଣ ନିରିକ୍ଷକ ନିହାର ରଂଜନ ସ୍ୱ।ଇଁ, ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୁଭାଶିଷ ଶତପଥି‌, ସ୍ୱଚ୍ଛ ଭାରତ ଅଭିଯାନ ବ୍ଲକ୍ ସମ୍ବଳ ସଂଯୋଜକ ତେଜେସ୍କର ସିଂହ ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳ ଲୋକମାନଙ୍କ ମତ ଓ ଆବଶ୍ୟକତା ଆଧାରରେ ଉକ୍ତ ଯୋଜନାରେ ୫ ବର୍ଷିଆ ପ୍ରକଳ୍ପ ତାଲିକା ପ୍ରସ୍ତୁତ ହୋଇ ଵ୍ଲକରେ ଦାଖଲ ହେବାପରେ ଜନସଂଖ୍ୟା ଓ‌ ପ୍ରକଳ୍ପର ଆବଶ୍ୟକତାକୁ ଦେଖି ଜିଲ୍ଲା ପରିଷଦ ମାଧ୍ୟମରେ ପାଣ୍ଠି ବଣ୍ଟାଯିବ ବୋଲି ଜାରି ହୋଇଥିବା ମାର୍ଗଦର୍ଶିକା ରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *