ମାତୃ ସମ୍ମିଳନୀ ୨୦୨୫ ଅନୁଷ୍ଠିତ

ରାଉରକେଲା,୧୮/୦୧/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )୨୦୧୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ମାତୃଶକ୍ତି ମିଶନ ର ପ୍ରଥମ ମାତୃ ସମ୍ମିଳନୀ ୨୦୨୫ ସେକ୍ଟର ୬ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଶନର ଏମ୍ ଡି ଡାକ୍ତର ସାମନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଭାପତି ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷା କଲ୍ୟାଣୀ ମିଶ୍ର ଓ ସମାଜସେବୀ କିଶାନ ଗୋୟେଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃଶକ୍ତି ମିଶନର ଆଭିମୁଖ୍ୟ ଓ ସମାଜ ପ୍ରତି ଦାୟିତ୍ଵବୋଧ ସହ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ମା ମାନଙ୍କ ସଶକ୍ତିକରଣ ସମାଜ କୁ ଏକ ନୂତନ ବାର୍ତ୍ତା ଦେବାସହ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହେବ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଏମ୍ ଡି ଡାକ୍ତର ସାହୁ ଏଭଳି କାର୍ଯ୍ୟକ୍ରମ ର ଆବଶ୍ୟକତା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ରାଜ୍ୟ ସଭାପତି ବୀଣାପାଣି ରାଉତ ସ୍ବାଗତ ଭାଷଣ ଓ ରାଜ୍ୟ ସମ୍ପାଦିକା ପୁଷ୍ପଲତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଟି ଗୃପର ପାଞ୍ଚଶହ ରୁ ଉର୍ଦ୍ଧ୍ବ ମା ମାନେ ଯୋଗଦେଇଥିଲେ। ଏହି ମା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ରଙ୍ଗୋଲି, ସଂଗୀତ, ମେହେନ୍ଦି, ନୃତ୍ୟ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା କରାଯାଇ ସେଥିରେ ଉତ୍କର୍ଷତା ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ସ୍ବାଗତ ସଂଗୀତ ପରିବେଷଣ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ଆବାହିକା ଶକ୍ତିପ୍ରଦା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜରେଇକେଲା ସଭାପତି ଇନ୍ଦୁ ସାହୁ, ହେମଗିରି ସଭାପତି କୁମୁଦିନୀ ମେହେର, ସୁନ୍ଦରଗଡ ସଭାପତି ପ୍ରଭାସିନୀ ସେଠ୍, ମହେନ୍ଦ୍ର, ଶୁଭାଶିଷ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *