ବି.ଜେ.ବି ସ୍ଵଂୟଶାସିତ ମହାବିଦ୍ୟାଳୟ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ଭୁବନେଶ୍ୱର,୦୮/୦୪/୨୦୨୫ (ଓଡ଼ିଶା ସମାଚାର)-  ବି.ଜେ.ବି ସ୍ଵଂୟଶାସିତ ମହାବିଦ୍ୟାଳୟ, ଭୁବନେଶ୍ଵର ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଚଳିତ ମାସ ୮ ତାରିଖ ରେ ଉଦ୍ଘାଟିତ  ହୋଇ ଯାଇଛି।  ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଝୁମକୀ ରଥ ଉଦ୍ ଘାଟନ କରି ଥିଲେ ।

ଏଥିରେ ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ଲେଖା ଦାସ,  ସହ ସଂଯୋଜିକା ଡ. ସ୍ମିତା ନାୟକ, ଲୀଜାମୟୀ ପ୍ରଧାନ ଉପସ୍ଥିତ ଥିଲେ। ଆଠ ଦିନ ଅବଧିର ଏହି ଶିବିର ରେ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରୀ ମାନେ ପ୍ରଶିକ୍ଷଣ ନେବେ।

Leave a Reply

Your email address will not be published. Required fields are marked *