କଟକ ସଦର, ୨୬/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ କମରପଦା ବାଲିକୁଦା ଠାରେ ଅବସ୍ଥିତ ମା’ ବାଲୁଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ତିନି ଦିନିଆ ୧୦ ମ ବାର୍ଷିକ ଯଜ୍ଞୋତ୍ସଵ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ଅନୁଷ୍ଠିତ ହୋଇଛି।
ଏହି ଉପଲକ୍ଷେ ମହିଳା ମାନେ କଳସ ଶୋଭାଯାତ୍ରା ରେ ମାଳିକା ପ୍ରସିଦ୍ଧ ପୂଣ୍ୟତୋୟା ରତ୍ନଯୋରୀରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କଲାପରେ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏଥିରେ କର୍ତ୍ତା କର୍ତ୍ତୀ ଭାବେ ସୁରେନ୍ଦ୍ର ପାତ୍ର ଓ ଶ୍ରୀମତୀ ପାତ୍ର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପରିଚାଳନାରେ ଉମେଶ ଚନ୍ଦ୍ର ବାଡି, ଶେଷଦେବ ଦାଶ,ସରୋଜ କୁମାର ପାତ୍ର, ବିକାଶ କୁମାର ରାଉତରାୟ, ନୃସିଂହ ଚରଣ ଭୋଇ,ଅରୁଣ ଭୋଇ, ନିଶିକାନ୍ତ ପାତ୍ର, ପ୍ରିତିରଞ୍ଜନ ପାତ୍ର ପ୍ରମୁଖ ସହାୟତା କରୁଛନ୍ତି। ପ୍ରତ୍ୟେକ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ସଂଧ୍ୟା ପରିବେଷଣ ହେଉଥିବା ଜଣାଯାଇଛି। ଆସନ୍ତା କାଲି ଶୁକ୍ରବାର ରାମ ନବମୀ ଦିନ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
