ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ।

ସାଲେପୁର,୨୪/୦୯/୨୦୨୬ (ଓଡିଶା ସମାଚାର/ଅଭୟ ଜେନା )ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁସୁମ କୁମାରୀ ଖଟୁଆ ଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଡ.ପ୍ରସନ୍ନ କୁମାର ମହାପାତ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଖଟୁଆ ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ପ୍ରାରମ୍ଭରେ ଧ୍ରୁବାନନ୍ଦ ଶରଣ ଓ ମମତା କରଙ୍କ ସଂଯୋଜନା ରେ ପ୍ରଦୀପ ପ୍ରଜ୍ଵଳନ ଓ ବେଦ ପାଠ କରାଯାଇଥିଲା। ପ୍ରଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ,ପ୍ରଧ୍ୟାପକ ସୁଶାନ୍ତ କୁମାର ନାୟକ, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରତିକାନ୍ତ ମହାନ୍ତି, ଇଂଜିନିୟର ଶରତ ଚନ୍ଦ୍ର ବସ୍ତିଆ, ଶିକ୍ଷାବିତ ତ୍ରିଲୋଚନ ରାଉତ, କବୟିତ୍ରୀ ମମତା କର,ଡ. ତରୁଲତା ଦେବୀ, କଟକ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ଶିକ୍ଷାବିତ ଜଗବନ୍ଧୁ ରାଉତ, ଅବସର ପ୍ରାପ୍ତ ସଂସ୍କୃତି ବିଭାଗ ଉପ ବିଭାଗ ଅଧିକାରୀ ସୁକାନ୍ତ କୁମାର ଖଟୁଆ, ଶିକ୍ଷାବିତ ବିଷ୍ଣୁ ଚରଣ ମିଶ୍ର,ଦେବେନ୍ଦ୍ର କୁମାର ନାୟକ, ଇପ୍ସିତା ପ୍ରିୟଦର୍ଶିନୀ ଖଟୁଆ, କବି ସମ୍ବିତ ଦାସ,କରନଜିତ ରାଉତରାୟ,ଅନନ୍ତ ଚରଣ ଦାସ, ନାଗମଣି ସ୍ବାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତା କୁଶୁମ କୁମାରୀ ଖଟୁଆ ଶିକ୍ଷା, ସାହିତ୍ୟ, ସଙ୍ଗଠନ,ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।ଏହା ଆମ୍ଭ ମାନଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ।ଶେଷରେ ପ୍ରବୀର ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *