କଟକ ସଦର, ୨୬/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରର ଜଣାଶୁଣା ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ବକ୍ସିବଜାର ଵଣିଆସାହି ର ରଣଜିତ ସିଂହ ପାଇଁ ଗଡଗଡିଆ ଘାଟରେ ଅବସ୍ଥିତ ଗଡଗଡେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବହୁ ବ୍ୟକ୍ତି ବିଶେଷଙ୍କ ସହିତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସିଂହଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୁତ୍ର ତେଜେସ୍କର ସିଂଙ୍କ ସମେତ ପରିବାର ସଦସ୍ୟ ମାନେ ସହାୟତା କରିଥିଲେ।
