ଓଡ଼ିଶା  ହାଇକୋର୍ଟ ୨ ଦିନ ଛୁଟି

କଟକ, ୨୪/୧୦/୨୦୨୪ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ  ଓଡ଼ିଶା  ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ କୋର୍ଟ ଓ ହାଇକୋର୍ଟର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହ ପରବର୍ତ୍ତୀ ସମୟରେ ଆଗାମୀ ନଭେମ୍ବର ୩୦ ତାରିଖ ଶନିବାର ଓ ଡିସେମ୍ବର ୭ ତାରିଖ ଶନିବାର ଯଥାକ୍ରମେ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *