ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆରମ୍ଭ ହେଲା ୬ଦିନିଆ ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ୱର,୨୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଚଷ୍ପତି ସୁରମା ପାଢ଼ୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ବାବୁ ସିଂ, ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରୀୟଦର୍ଶି ମିଶ୍ର, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି, ଶିବାନନ୍ଦ ରାୟ, ରାଜେନ୍ଦ୍ର ସାମର୍ଥା ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଓଡ଼ିଶୀ ବନ୍ଦନା କରିଥିଲେ। , ପରେ ପୁରୀର ନାଚଘର ପକ୍ଷରୁ ମାହାରୀ ନୃତ୍ୟ ନୃତ୍ୟ ପରିବେଷଣ କରିଥଲେ। ସେହିପରି ବଲାଙ୍ଗିର କୋଶଳ ପ୍ଲେକ୍‌ ଡ୍ୟାନ୍‌ସ୍‌ ଏକାଡେମୀ ଲୋକ ନୃତ୍ୟ,  କଟକ ସିଙ୍ଗମ ଦ୍ଵାରା କ୍ରିଏଟିଭ ନୃତ୍ୟ ଆକର୍ଷଣୀୟ ହୋଇଥିଲ।

ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ବାଦକ ପ୍ରଦ୍ୟୁମ୍ନ ମହାନ୍ତି, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ମୁଖପାତ୍ର ଲିଙ୍ଗରାଜ ସାହୁ, ନାରାୟଣ ମହାପାତ୍ର, ହେମାଦ୍ରୀ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

()

Leave a Reply

Your email address will not be published. Required fields are marked *