ଛଚିଣା ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ

ଦଶରଥପୁର,୧୨/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଛଚିଣା ପଞ୍ଚାୟତରରେ  ଆଜି  ସରପଞ୍ଚ ହିମାଂଶୁ ମହାନ୍ତି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରିଥିଲେ । ମାନସ ସାମଲଙ୍କ ତତ୍ୱାବଧାନରେ ଜୟ ଜଗନ୍ନାଥ ଅର୍ପଣ ରଥ   ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା  କରିବା ସହ  ଘରକୁ ଘର ରଥ ବୁଲାଯାଇଥିଲା  । ଏହି ପରିପ୍ରେକ୍ଷୀରେ ଗ୍ରାମର ପ୍ରତ୍ୟକ ଘରେ ମହିଳା ମାନେ ମୁଠେ ଚାଉଳ, ଗୋଟିଏ ଗୁଆ ଓ ନଡ଼ିଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା  । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ଜନସାଧାରଣ  ଓ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜୟ ଜଗନ୍ନାଥ ପରିକ୍ରମା ଅର୍ପଣ ରଥ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା  ।

Leave a Reply

Your email address will not be published. Required fields are marked *