ଯାଜପୁର,୨୪/୦୯/୨୦୨୬ (ଓଡ଼ିଶା ସମାଚାର)- ଆସନ୍ତା ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ, ସେପ୍ଟେମ୍ବର ୨୭, ୨୦୨୬ ତାରିଖ ଦିନ ଯାଜପୁର ଜିଲ୍ଲାରେ ‘ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍’ (OMC Puri Coastal Marathon) ଉଦ୍ଦେଶ୍ୟରେ ଏକ ଜିଲ୍ଲା ସ୍ତରୀୟ ପ୍ରୋମୋ ରନ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସେପ୍ଟେମ୍ବର ୨୪ ତାରିଖରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରୋମୋ ରନ୍ର ମାର୍ଗ (Route) ଚୂଡ଼ାନ୍ତ ହୋଇଛି। ପ୍ରତିଯୋଗୀମାନେ ଯାଜପୁର ଟାଉନ୍ ଇନଡୋର୍ ଷ୍ଟାଡିୟମ୍ ରୁ ବାହାରି ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ପ୍ରବେଶ ପଥ (ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟ) ପର୍ଯ୍ୟନ୍ତ ଯାଇ ପୁଣି ଷ୍ଟାଡିୟମ୍ କୁ ଫେରିବେ। ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଏହି ପ୍ରୋମୋ ରନ୍ ରେ ଅଂଶଗ୍ରହଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ ଯେ, ମୂଳ କାର୍ଯ୍ୟକ୍ରମ ‘ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍ ୨୦୨୬’ ଆସନ୍ତା ଡିସେମ୍ବର ୧୩, ୨୦୨୬ ତାରିଖ ଦିନ ପୁରୀ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
