ମା’ସ୍ୱର୍ଣ୍ଣଦେବୀ ପ୍ରିମିୟମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦଯାପିତ

କଟକ ,୧୬/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କଟକ ସଦର ଥାନା ଅନ୍ତର୍ଗତ ଶାସୋଳ ଗ୍ରାମର ସ୍ୱର୍ଣ୍ଣ ଦେବୀଙ୍କ ପୀଠ ନିକଟସ୍ଥ ମା’ସ୍ୱର୍ଣ୍ଣଦେବୀ କ୍ରିକେଟ ପଡ଼ିଆରେ ମା’ ସ୍ୱର୍ଣ୍ଣ ଦେବୀ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଫେବୃଆରୀ ୧ ତାରିଖ ଠାରୁ ଆରମ୍ଭ ହୋଇଥିଵା ମା’ ସ୍ୱର୍ଣ୍ଣ ଦେବୀ ପ୍ରିମିୟର ଲିଗ୍ ୨୦୨୬  ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି କ୍ରିକେଟ ଟିମ୍ ଯୋଗ ଦେଇଥିଲେ।

୧୬ ଗୋଟି ଟିମ୍ ମଧ୍ୟରୁ ନାହାଳପୁର ଓ କଲ୍ୟାଣପୁର ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚରେ ନାହାଳପୁର କ୍ରିକେଟ ଟିମ୍ କଲ୍ୟାଣପୁର କ୍ରିକେଟ ଟିମକୁ ହରାଇ ବିଜୟୀ ହୋଇଥିଲେ। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅଭିରାମ ପରମହଂସ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ରାଜକିଶୋର ମିଶ୍ର ,ଆମଣ ପଞ୍ଚାୟତର ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ ଶିକ୍ଷାବିତ ଜ୍ଞାନ ରଞ୍ଜନ ମହାନ୍ତି,ଗଣେଶ ସାମନ୍ତରାୟ, ସୁନୀଲ ସାମନ୍ତରାୟ,ତାପସୀ ଦଳେଇ,ତରୁଣ ଦଳେଇ, ନିରଞ୍ଜନ ଦଳେଇ ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଟୁଟୁ,କାଜଲ,ଲୁଜୁ, ସିପୁନ, ଲୋକନାଥ,କାବୁ,ଵଣ୍ଟି, ରାଜେଶ,ଜଗା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *