ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ପ୍ରତିଯୋଗିତା ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବାଜିମାତ୍

ଭୁବନେଶ୍ୱର,୧୩/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନ ପରିସରରେ ୧୦ ଦିନ ଧରି ଚାଲିଥିବା କେଏନ କପ ପୁରୁଷ ବିଭାଗ ଭଲିବଲ ଓ ମହିଳା ବିଭାଗ ଥ୍ରୋ ବଲ ପ୍ରତିଯୋଗିତା ଶେଷ ହୋଇଛି । ପୁରୁଷ ଭଲିବଲ ଫାଇନାଲ ମ୍ୟାଚରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ୨-୧ ସେଟ୍ ରେ ହରାଇ ଚମ୍ପିୟାନ ହୋଇଛି ।

ସେହିଭଳି ମହିଳା ଥ୍ରୋ ବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜସ୍ବ ବିଭାଗକୁ ୨-୦ ସେଟରେ ହରାଇ  ବିଜେତା ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସଫଳତା ପାଇଁ ବିଭାଗୀୟ ଅଧିକାରୀ ମାନେ ଅଭିନନ୍ଦନ ଜଣାଇଥିଲେ । ଏଥିସହ ଉକ୍ତ ବିଭାଗ ଭଲିବଲ ଓ ଥ୍ରୋ ବଲ ପ୍ରତିଯୋଗିତାରେ ନିଜର ବିଜୟ ଧାରା ବଜାୟ ରଖିବାରେ ସଫଳ ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବିଭାଗ ଯୋଗ ଦେଇ ସେମାନଙ୍କ କ୍ରୀଡା ଦକ୍ଷତା ପ୍ରଦର୍ଶିତ କରିଥିଲେ ।

Leave a Reply

Your email address will not be published. Required fields are marked *