କଟକ ବଡ଼ ଡାକ୍ତରଖାନାରେ ପୋଡ଼ିହୋଇ ରୋଗୀ ମୃତ୍ୟୁ ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ

କଟକ, ୧୬/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ରାଜ୍ୟର ସର୍ବ ପୁରାତନ ଡାକ୍ତରଖାନା କଟକ ବଡ ଡାକ୍ତରଖାନା ଆଇସିୟୁ ରେ ପୋଡିହୋଇ ୧୧ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ଭଳି ମର୍ମନ୍ତୁଦ ଓ ହୃଦୟ ବିଦାରକ ଘଟଣାରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ବ୍ୟକ୍ତି ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ଗୁରୁତର ଭାବରେ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ପାର୍ଟି ପକ୍ଷରୁ କୁହାଯାଇଛିଯେ ଏହା ଏକ ଦୁର୍ଘଟଣା ନୁହେଁ, ଏକ ପରିକଳ୍ପିତ ହତ୍ୟାକାଣ୍ଡ। ଦଶନ୍ଧି ଦଶନ୍ଧି ଧରି ଯୋଜନାବଦ୍ଧ ସରକାରୀ ଅବହେଳା ଯୋଗୁ  ଡାକ୍ତରଖାନାରେ ବାରବାର ଏହି ଧରଣର ଘଟଣାମାନ ଘଟୁଛି। ମାତ୍ର ଡାକ୍ତରଖାନାର ମୂଳ ସମସ୍ୟାର ସମାଧାନ କରିବାପାଇଁ ରାଜ୍ୟ ବିଜେପି ସରକାର ବିହିତ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅନ୍ୟପଟରେ ପରିକଳ୍ପିତ ଭାବରେ ଡାକ୍ତରଖାନାକୁ ରୁଗ୍ଣ କରାଯାଉଛି।

ଏହି ପୃଷ୍ଠଭୂମିରେ ଉପରୋକ୍ତ ଘଟଣା ଘଟିବା ଯୋଗୁ ଏହା ସରକାରୀ କୃତ ବୋଲି ସ୍ପଷ୍ଟ ହେଉଛି।

ଏହି ପରିସ୍ଥିତିରେ ଭୟାଭୟ ଅଗ୍ନିକାଣ୍ଡ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ,ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ଅତି କମରେ ୧ କୋଟି ଓ ଗୁରୁତର ଭାବରେ ଆହତ ମାନଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ, ବଡ଼ ମେଡିକାଲରେ ଉପଯୁକ୍ତ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ, ଆଉଟ୍ ସୋର୍ସିଙ୍ଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାତିଲ ଓ ଲଗାତାର ଅବ୍ୟବସ୍ଥା ଓ ଅଗ୍ନିକାଣ୍ଡ ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଆଜି ଡାକ୍ତରଖାନା ସମ୍ମୁଖରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ  ବିକ୍ଷୋଭ  କାର୍ଯ୍ୟକ୍ରମ ରେ ଖଗେଶ୍ବର ସେଠୀ, ବବି ବଳବନ୍ତରାୟ , ସିଦ୍ଧାର୍ଥ ରଥ, ବସନ୍ତ ନାୟକ, ଭଗ୍ୟରାବି ଦାସ, ଦିପକ ଦାସ, ବିନୋଦ ସେଠୀ, ତରୁଣସେନ୍ ନାୟକ, ଇଶା ଧର, ସ୍ୱାଧିନୀ ବେହେରା, ଶିବାନୀ ସାହୁ, ଅକ୍ଷୟ ରାଉଳ ଶୁଭସ୍ମିତା ସାହୁ, ଅମରେନ୍ଦ୍ର ନାୟକ, ପ୍ରତାପ ମିଶ୍ର, ଜ୍ୟୋସ୍ନା ଦାସ, ସିପ୍ରା ମହାନ୍ତି ସୁଜାତା ମହାପାତ୍ର ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *