ଯାଜପୁର ୦୭/୦୧/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ଵାଲା ଅଧ୍ୟକ୍ଷତା କରି ପ୍ରାଧିକରଣର କାର୍ଯ୍ୟ ପରିସର ଓ ଏହାର ଉପଭୋକ୍ତା କେଉଁମାନେ ସେ ଵିଷୟରେ ସୂଚନା ଦେଇଥିଲେ।ଏଥିରେ ଶିଶୁ ମାନଙ୍କ ଅଧିକାର ଓ ବାଲ୍ୟ ବିବାହ ନିରୋଧ ଆଇନ୍ ବିଷୟ ସହିତ ଜାନୁଆରୀ ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଜାତୀୟ ଯୁବ ଦିବସ ପରିପ୍ରେକ୍ଷୀ ରେ ନିଶାମୁକ୍ତ ଭାରତ ଅଭିଯାନ ଶିର୍ଷକ କୁ ନେଇ ଦୁଇଗୋଟି ସତ୍ର ରେ ଅତିଥି ଆଲୋଚକ ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଯାଜପୁର ରତିକାନ୍ତ ଗିରି ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ,ସୁନନ୍ଦା ଦାସ ଚିଫ୍ ମ୍ୟାରେଜ୍ ପ୍ରୋଟେକ୍ସନ ଅଫିସର ପ୍ରମୁଖ ଯୋଗଦେଇ ବିସ୍ତୃତ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ ।
ଏହି ସଚେତନତା ସଭା କୁ ସଞ୍ଚାଳନ କରିଥିଲେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ଡ଼ ଵିନୋଦ କୁମାର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ମହାବିଦ୍ୟାଳୟ ର କର୍ମଚାରୀମାନେ ସହଯୋଗ କରିଥିଲେ।
