କଟକ୧୫/୦୩/୨୦୨୬ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲର ଦରବୃଦ୍ଧି ପ୍ରତିଟି ଓଡ଼ିଆଙ୍କ ହାଣ୍ଡିଶାଳରେ ଚଡ଼କ ପଡ଼ିଛି। ରନ୍ଧା ଗ୍ୟାସ୍ ନ ମିଳିବାରୁ ଲୋକେ ଛାନିଆ ହେଲେଣି। ଏଭଳି ଅଭିଯୋଗରେ -ବିଜୁ ମହିଳା ଜନତା ଦଳ , ବାରବାଟୀ- କଟକ ର ମହିଳା ମାନେ ବକ୍ସି ବଜାର ଗୋଲେଇ ଛକ ସାମ୍ନାରେ ବିକ୍ଷୋଭ କରିଛନ୍ତି। ଯଥାଶୀଘ୍ର ଏଲପିକି ଯୋଗାଣ ସ୍ବଭାବିକ ନ ହେଲେ, ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ବକ୍ସି ବଜାର ଗୋଲେଇ ଛକରେ ବିଜେଡିର ଶହଶହ ମହିଳା କର୍ମୀ ଠୁଳ ହୋଇଥିଲେ। ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ବିରୁଦ୍ଧରେ ସ୍ଲୋଗାନ୍ ଦେଇ ରାସ୍ତା ଉପରେ କାଠ ଚୁଲାରେ ରୋଷେଇ କରି ପ୍ରତିବାଦ କରିଥିଲେ ।

ବିଜୁ ଜନତା ଦଳ ର ରାଜ୍ୟ କୋଷଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ସିଂ, ଜିଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ ,ମହିଳା ବିଜେଡି ନେତ୍ରୀ ଶ୍ରୀମତୀ ଏ ଶ୍ରୀଦେବୀ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ବିଜେଡି ନେତ୍ରୀ ଏ ଶ୍ରୀଦେବୀ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କହିଥିଲେ ଯେ ଗତ ମାର୍ଚ୍ଚ ୭ରୁ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୬୦ ଟଙ୍କା ଓ ବାଣିଜ୍ୟିକ ସିଲିଣ୍ଡର ଦର ୧୧୫ ଟଙ୍କା ବଢ଼ିଥିଲା। ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ସଂସ୍ଥାମାନଙ୍କ ଉପରେ ସରକାର ଅତିରିକ୍ତ ଅର୍ଥିକ ବୋଝ ଲଦିଦେଇଛନ୍ତି। ସୁଭଦ୍ରା ଯୋଜନା ନାଁରେ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ ମାତ୍ର ୫,୦୦୦ ଟଙ୍କା ଦେଇ ଠକିଛି ସରକାର। ପୂର୍ବରୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିଲା। କିନ୍ତୁ ଏହାର କାଣିଚାଏ ଲାଭ ସାଧାରଣ ଲୋକଙ୍କୁ ମିଳିଲାନି। ତେଲ କମ୍ପାନୀଙ୍କ ସ୍ବାର୍ଥ ପାଇଁ ଡବଲ୍ ଇଞ୍ଜିନ ସରକାର ଦିନରାତି ଏକ କରିଦେଇଛି।
ଲକ୍ଷାଧିକ ଛାତ୍ରଛାତ୍ରୀ ବେଶୀ ପ୍ରଭାବିତ ହେବେ। ହଷ୍ଟେଲରେ ରହୁଥିବାରୁ କମନ୍ ମେସ୍ ଖର୍ଚ ବଢ଼ିବ ଏବଂ ମାସିକ ଖର୍ଜର ଭାର ବଢ଼ିଯିବ। ସରକାର ଏଲପିଜି ଯୋଗାଣ ସୁନିଶ୍ଚିତ କରନ୍ତୁ ନଚେତ୍, ଆଗାମୀ ଦିନରେ ସାରା ରାଜ୍ୟରେ ବିଶାଳ ଆନ୍ଦୋଳନ କରାଯିବ। ଆଜିର ବିକ୍ଷୋଭ ରେ ବିଜୁ ଜନତା ଦଳ ର ରାଜ୍ୟ କୋଷଧ୍ୟକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ,ଜିଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ, ମହିଳା ଜିଲା ସଭାପାଟି ଶ୍ରୀମତୀ ଅନିତ ବେହେରା , ବିଜେଡି କର୍ପୋରେଟର ଏ ଶ୍ରୀଦେବୀ , ଇତିଶ୍ରୀ ଦାସ ,ରିତାଞ୍ଜାଳୀ ସିଂହ ,ନମିତା ବାରିକ, ପୁଷ୍ପିତା ମହାନ୍ତି , ଦୀପ୍ତିମୟୀ ମୁଳିଆ , ବନାଲତା ପ୍ରଧାନ.ଲକ୍ଷ୍ମୀପ୍ରିୟା ବେହେରା , ଅରୁନ୍ଧତି କର , ଆରତୀ ସାହୁ , ପ୍ରିୟମ୍ବଦା ମହାନ୍ତି ,ମୋନାଲିଶା ଦାସ ,ବିକାଶ ବେହେରା , ଚନ୍ଦନ ଜେନା , ସତ୍ୟରାମ ସାହୁ , ତନ୍ମୟ ରାୟ ସ୍ଵଦେଶ ଦାସ ,ପ୍ରକାଶ ସିଂହ , ଶୂନିତା ଶେଖର , ଡ ସଂଗୀତା ଦାସ ,ଭାରତୀ ଦାସ , ଦେବେନ୍ଦ୍ର ପାଣିଗ୍ରାହୀ , ନିରୂପମା ପ୍ରଧାନ , ବିଜୁ ଯୁବ ଜନତା ଦଳ କର୍ମୀ ବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତଥିଲେ ।
