ବିଜେପିରେ ଯୋଗଦେଲେ ଯୁବ ସଂଗଠକ ଅକ୍ଷୟ ତରାଇ

କେନ୍ଦ୍ରାପଡ଼ା,୨୬/୧୧/୨୦୨୪ (ଓଡ଼ିଶା ସମାଚାର)- ଜଣେ ଯୁବ ସଂଗଠକ ଭାବେ ସାଧାରଣରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅକ୍ଷୟ ତରାଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡାର ଯୁବ ସମାଜସେବୀ ଶ୍ରୀ ତରାଇ ବିଜେପିରେ ଯୋଗଦେଇଛନ୍ତି । ଦୀର୍ଘ ୧୦ବର୍ଷରୁ ଉଦ୍ଧ୍ୱର୍ ହେବ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଯୁବ ସଂଗଠକ ଶ୍ରୀ ତରାଇ ବିଜେପିର ସଂଗଠନକୁ ଆହୁରି ମଜଭୁତ କରିବେ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । ବିଭିନ୍ନ ସାମାଜିକ ସଂଗଠନରେ ସାମିଲ ହୋଇ ଜନସାଧାରଣଙ୍କ ସେବା କରିବାକୁ ଶ୍ରୀ ତରାଇ ପ୍ରାଥମିକତା ଦେଇଥାନ୍ତି । ଶ୍ରୀ ତରାଇଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ତରାଇଙ୍କ ଯୋଗଦାନ ପରେ ବିଜେପି ଦଳର ସଂଗଠନ ଅଧିକ ମଜଭୁତ ହୋଇପାରିବ ବୋଲି କେତେକ ନେତା କହିଛନ୍ତି ।

Leave a Reply

Your email address will not be published. Required fields are marked *