ବିଶିଷ୍ଟ ଗାଳ୍ପିକ ପ୍ରଦୀପ୍ତ କୁମାର ମିଶ୍ରଙ୍କର ପରଲୋକ

ଭୁବନେଶ୍ୱର,୨୦/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର କମଳା ନେହେରୁ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବିଶିଷ୍ଟ ଗାଲ୍ପିକ ପ୍ରଦୀପ୍ତ କୁମାର ମିଶ୍ରଙ୍କର ୬୮ ବର୍ଷ ବୟସରେ ଭୁବନେଶ୍ଵର ସ୍ଥିତ ଏମ୍ସ୍ ହସପିଟାଲରେ କିଡନୀ ଜନିତ ରୋଗରେ ୧୭.୭.୨୦୨୬ ଦିନ ପରଲୋକ ହୋଇ ଯାଇଛି  ।

ତାଙ୍କର ତିନୋଟି ଗଳ୍ପ ସଂଚୟନ “ଛଦ୍ମ ଘଟ”, “କୁହୁଡି ଖେଳ”, ଏବଂ “କାନ୍ଥ” ଗୁଣୀ ପାଠକ ମହଲରେ ଗଭୀର ସଂବେଦନାଶୀଳତାର ସ୍ତର ପାଇଁ ଆଦୃତ ହୋଇଥିଲା  । ଚ଼ତୁର୍ଥ ଗଳ୍ପସଂଚ଼ୟନ ଆସନ୍ତା ଅଗଷ୍ଟ ୨ ତାରିଖରେ ଲୋକାର୍ପଣ ହେବାକୁ ସ୍ଥିର ହୋଇଥିଲା । ପ୍ରଥମ ଗଳ୍ପ ସଂଚୟନ “ଛଦ୍ମଘଟ” ର ଦ୍ୱିତୀୟ ସଂସ୍କରଣ ମଧ୍ୟ ପ୍ରକାଶିତ ହୋଇଛି  । ବହୁ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସେ ସଂବର୍ଦ୍ଧିତ ହୋଇଥିଲେ ।

ପୁରୀ ସ୍ବର୍ଗଦ୍ଵାରରେ ତାଙ୍କର ଦାହ ସଂସ୍କାର ସଂପନ୍ନ ହୋଇ ଯାଇଛି । ଖଣ୍ଡପଡ଼ାଗଡର ମୂଳ ନିବାସୀ ଶ୍ରୀ ମିଶ୍ର ଭୁବନେଶ୍ଵରରେ ଅବସ୍ଥାନ କରୁଥିଲେ  । ପତ୍ନୀ ସୁସ୍ମିତା ଏବଂ ପୁତ୍ର ଅଭିଷେକଙ୍କୁ ସେ ଛାଡି ଯାଇଛନ୍ତି  ।

Leave a Reply

Your email address will not be published. Required fields are marked *