କଟକ ସଦର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ୯୩ ନମ୍ବର ସଂରକ୍ଷିତ ବିଧାନ ସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସଦର ମାଟିର ତଥା ୪୨ ମୈ।ଜା ଅଞ୍ଚଳର ପୁଅ ରାମଚନ୍ଦ୍ର ଗୋଛାୟତଙ୍କୁ ପ୍ରାର୍ଥୀ କରାଯାଇଥିବା ପରିପ୍ରେକ୍ଷୀରେ କଂଗ୍ରେସ ମହଲରେ ଖୁସିର ମାହୋଲ ସହ ଉତ୍ସାହ ସୃଷ୍ଟି ହୋଇଛି। ଏଥିପାଇଁ ଆଜି ସୋମବାର ଦିନ ଵେଣ୍ଟକାର ଠାରେ କଟକ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମାନସ ରଞ୍ଜନ ପ୍ରଧାନ, ସାଧାରଣ ସଂପାଦକ ଉଗ୍ରସେନ ଭୁୟାଁ, ସଂପାଦକ ନିହାର ନନ୍ଦଙ୍କ ସମେତ କୃଷ୍ଣ ଚନ୍ଦ୍ର ଭୋଇ, ଦିଲ୍ଲିପ ବାରିକ, ମଧୁସୂଦନ ସେନାପତି, ପ୍ରଭାତ ଖଟୁଆ,ଦିପ୍ତି ରଞ୍ଜନ ଲେଙ୍କା,ଅଜୟ ମଲ୍ଲିକ, ଗଜେନ୍ଦ୍ର ମହନ୍ତ,ରୁଷି ହାଣ୍ଡି, ତ୍ରିଲୋଚନ ଭୋଇ,ଅନିଲ ଦାସ,ମିହିର ଦାସ, ପ୍ରାଣକୃଷ୍ଣ ଭୋଇ, ରଞ୍ଜନ ନାୟକ, ଉମାକାନ୍ତ ଆଚାର୍ଯ୍ୟ, ଦିଲ୍ଲିପ ସାମଲ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ରାମଚନ୍ଦ୍ରଙ୍କୁ ଭେଟି ଭଵ୍ୟ ସମ୍ବର୍ଦ୍ଧନା ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରାମଚନ୍ଦ୍ର ଗୋଛୟତ ଏଵେ କଟକ ସଦର ବ୍ଲକ କଂଗ୍ରେସ କମିଟି ର ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।
୪୨ ମୈ।ଜାରେ କଟକ ସଦରର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଛାୟତଙ୍କୁ ଭଵ୍ୟ ସମ୍ବର୍ଦ୍ଧନା
