ରେଙ୍ଗାଳି କେନାଲ ବ୍ରିଜ୍ ଉପରେ ପାଣି ଜମୁଛି,ଯାତାୟତରେ ସମସ୍ୟା 

ଭୁବନ ୧୪/୦୩/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ପଞ୍ଚାୟତର ଅନଳ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ ବ୍ରିଜ୍ ଉପରେ ସର୍ବଦା ପାଣି ଜମୁଛି । ଏହା ଦ୍ୱାରା ବିଭିନ୍ନ ସମସ୍ୟା ଉପୁଜୁଛି । ଏହି ବ୍ରିଜ୍ ଦେଇ ପାଦେ ପାଦେ ପାଣିରେ ପଶି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ,ମହାବିଦ୍ୟାଳୟକୁ ଯିବା ଆସିବା କରୁଛନ୍ତି । ଦୈନିକ ଶହ ଶହ ଲୋକ ଏହି ବ୍ରିଜ୍ ଉପରେ ସାଇକେଲ,ମୋଟର ସାଇକେଲ ରେ ମଧ୍ୟ ଯା ଆସ କରୁଛନ୍ତି ।

ପାଣିରେ ପଶି ମୋଟର ସାଇକେଲ ଯିବା ଦ୍ୱାରା ପଥଚାରୀ ଉପରେ ମଇଳା ପାଣି ଛିଟିକି ପଡୁଛି । ଗତ ଦୋଳ ପର୍ବ ପାଳନ ସମୟରେ ମଧ୍ୟ ଏହି ବ୍ରିଜ୍ ଉପର ପାଣିରେ ଦୋଳ ବିଭାନ ନିଆଯାଇଥିଲା । ଗ୍ରୀଷ୍ମ ଋତୁ ରେ ଯେଉଁଠି ବ୍ରିଜ୍ ଉପରେ ପାଣି ଜମୁଛି ବର୍ଷା ଦିନ ହେଲେ ଅବସ୍ଥା କଣ ହେବ ,ଏଥିରୁ ସହଜରେ ଅନୁମେୟ। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସୁକିନ୍ଦା ସ୍ଥିତ ରେଙ୍ଗାଳି ଜଳ ସେଚନ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଙ୍କ ନିକଟରେ ଧଳପଡା ସରପଞ୍ଚ ଶ୍ରୀନିବାସ ବେହେରା ଙ୍କ ସମେତ ଦୀପକ ସାହୁ,ଜ୍ଞାନ ପ୍ରକାଶ ସାହୁ,ଅରିଜିତ ପରିଡ଼ା,ଯଶୋବନ୍ତ ସାହୁ,ବାଇଧର ସାହୁ,ବଳରାମ ସାହୁ,ସତ୍ୟଜିତ୍ ସାହୁ,ହରମୋହନ ସାହୁ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *