ବିଶ୍ଵ ପରିବେଶ ଦିବସ ପାଳିତ

ଭୁବନ, ୦୫/୦୬/୨୦୨୫ (ଓଡ଼ିଶା ସମାଚାର)-   ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ଵରେ ସ୍ୱଚ୍ଛ ସାଥୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

ପରେ ପରିବେଶ ସୁରକ୍ଷା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଏନ୍ ଏ ସି ଅଫିସ ରୁ ବାହାରି କାଳୀ ବଜାର,ନୂଆ ବଜାର ( ବସ ଷ୍ଟାଣ୍ଡ) ଓ ଦୈନିକ ପରିବା ମାର୍କେଟ ରେ ଲୋକଙ୍କୁ ପଲିଥିନ ଯୋଗୁ ପରିବେଶ ଉପରେ ପଡ଼ୁଥିବା କୁ ପ୍ରଭାବ ସମ୍ପର୍କରେ ବୁଝାଇ ପଲିଥିନ ବଦଳରେ କପଡା ବ୍ୟାଗ ବ୍ୟବହାର କରିବାକୁ ସଚେତନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ଗୋଷ୍ଠୀ ସଙ୍ଗଠିକା ଚିକୁମିନା ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଙ୍କ ସମେତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *