ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରବନ୍ଧର ଭୂମିକା ସମ୍ପର୍କରେ ଆଲୋଚନାଚକ୍ର

ଭୁବନେଶ୍ୱର,୧୪/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱରଙ୍କ ସୌଜନ୍ୟତା କ୍ରମେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି କାକଟପୁରଙ୍କ ଆନୁକୂଲ୍ୟରେ କାକଟପୁର ବଜାରସ୍ଥିତ ରାମକୃଷ୍ଣ ଶିଶୁ ଶିକ୍ଷା ମନ୍ଦିର ସଭାଗୃହରେ ସମିତିର ୩୮ତମ ବାର୍ଷିକ ସମାରୋହ ପାଳନ ଅବସରରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରବନ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ସ୍ୱପ୍ନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଆଲୋଚନାଚକ୍ରରେ ସୁସାହିତି୍ୟକ ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାନ୍ତି, ଶିକ୍ଷାବିତ୍ ବୈଦ୍ୟନାଥ ମହାନ୍ତି, ବିଶିଷ୍ଟ ବ୍ୟଙ୍ଗ କବି ସମ୍ପଦ କୁମାର ରଥ, ଆଇନଜୀବୀ ଚିତ ରଞ୍ଜନ କର, ଶିକ୍ଷାବିତ୍ ହୃଶିକେଷ ରାଉତ, ବିଜୟ କୁମାର ବିଶ୍ୱାଳ, ବ୍ରଜବନ୍ଧୁ ସ୍ୱାଇଁ, ସଂସ୍କୃତିବିତ୍ କ୍ଷୀରୋଦ ଚନ୍ଦ୍ର ମହାନ୍ତି, ସମରେନ୍ଦ୍ର ଦୀକ୍ଷିତ, ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରବନ୍ଧର ଭୂମିକା ସମ୍ପର୍କରେ ବିଭିନ୍ନ ଦୃଷ୍ଟିଭଙ୍ଗିରେ ଆଲୋକପାତ କରିଥିଲେ । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିପର୍ଯସ୍ତ ହୋଇ ପଡ଼ିଛି । ତେଣୁ ଓଡ଼ିଆ ଜାତିର ସ୍ୱାଭିମାନକୁ ବଂଚାଇ ରଖିବା ପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବର ସହିତ ସେମାନଙ୍କର ଏହି ଦିଗରେ କର୍ତବ୍ୟ କରିବା ଉଚିତ୍ ବୋଲି ବକ୍ତାମାନେ କହିଥିଲେ । ପରିଶେଷରେ ଶୋଭାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *