ଗରଦପୁର,୧୪/୦୩/୨୦୨୬ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବସନ୍ତପୁର ଗ୍ରାମ ରେ ଗତ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚକ୍ରଧର ମଲ୍ଲିକ, ଦୀପକ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ଗଗନ ମଲ୍ଲିକ, ଧୂଳେଶ୍ୱର ମଲ୍ଲିକ ଓ ଦୋଳଗୋବିନ୍ଦ ମଲ୍ଲିକ ଙ୍କର ଘର ସମ୍ପୂର୍ଣ୍ଣ ପୋଡିଯିବା ସହିତ ଘରେ ଥିବା ଧାନ, ଚାଉଳ ଆଦି ଖାଦ୍ୟ ଶସ୍ୟ, ପିନ୍ଧା ଲୁଗା ପଟା, କାଗଜ ପତ୍ର, ନଗଦ ଟଙ୍କା ସମେତ ଘରର ସମସ୍ତ ଆସବାବ ପତ୍ର ଜଳି ପୋଡ଼ି ଭସ୍ମିଭୁତ ହୋଇ ଯାଇଛି । ଏହି ଦୁଃଖଦ ଖବର ପାଇ ବିଭିନ୍ନ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସମାଜସେବୀ ମାନେ ବିପନ୍ନ ପରିବାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ।

ଏହି ଦୁଃଖଦ ଖବର ପାଇ କଟକ ବଜ୍ର କବାଟୀ ରୋଡ଼ ରେ ଥିବା ସାର୍ପ ହସପିଟାଲ ପକ୍ଷରୁ ବିପନ୍ନ ପରିବାରଙ୍କୁ ସହାୟତା କରାଯାଇଛି । ଆଜି ଅପରାହ୍ନରେ ସାର୍ପ ହସପିଟାଲ ର ଚେୟାରମ୍ୟାନ୍ ସମିର କୁମାର ମହାନ୍ତି, ଡ଼ାଇରେକ୍ଟର ଡାକ୍ତର ରତନ୍ ସାହୁ ବସନ୍ତପୁର ଗ୍ରାମରେ ଅଗ୍ନି ବିପନ୍ନ ପରିବାରଙ୍କ ନିକଟରେ ପହଂଚି ସମସ୍ତ ବିପନ୍ନ ପରିବାରଙ୍କୁ ତକିଆ, ବେଡ଼ସିଟ୍, ମଶାରୀ, ପୁରୁଷ ମାନଙ୍କ ପାଇଁ ଲୁଙ୍ଗି, ଗାମୁଛା, ମହିଳା ମାନଙ୍କ ପାଇଁ ଶାଢ଼ୀ, ପୁଅ ଝିଅ ମାନଙ୍କ ପାଇଁ ଡ଼୍ରେସ୍ , ଶୁଖିଲା ଖାଦ୍ୟ ଆଦି ବଂଟନ କରିଛନ୍ତି । ଆହୁରୀ ଯେଉଁ ମାନେ ଚିକିତ୍ସିତ ହେବାକୁ ଚାହିଁବେ, ସେମାନେ ଯାଇ କଟକ ବଜ୍ର କବାଟୀ ରୋଡ଼୍ ଥିବା ସାର୍ପ ହସପିଟାଲ ରେ ପହଂଚିଲେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସାର୍ପ ହସପିଟାଲ ର ଚେୟାରମ୍ୟାନ୍ ଶ୍ରୀ ମହାନ୍ତି ପିଡ଼ିତ ମାନଙ୍କୁ କହିଥିଲେ ।
ସ୍ଥାନୀୟ ତେଣ୍ଡାକୁଡ଼ାର ପୂର୍ବତନ ସରପଂଚ ରବିନ୍ଦ୍ର ନାଥ ମହାନ୍ତି, ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋ, ସମରେନ୍ଦ୍ର ଜେନା, ସୁଧିର କୁମାର ମହାନ୍ତି , ଦେବରାଜ ମହାନ୍ତି ଓ ପାରେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ବଂଟନରେ ସହଯୋଗ କରିଥିଲେ ।
