କୁଦାନଗରୀ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା

୬୨ ପ୍ରକଳ୍ପ ପ୍ରଦର୍ଶିତ, ୫ ପ୍ରକଳ୍ପ ଜିଲାକୁ ମନୋନୀତ

ଗରଦପୁର, ୦୭/୧୨/୨୦୨୩ (ଓଡ଼ିଶା ସମାଚାର)- ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ମନ ବଳାଇବା ଓ ବୈଜ୍ଞାନିକ ହୋଇ ଦେଶ ଗଠନରେ ନିଜର ଅତୁଳନୀୟ ଅବଦାନ ଦେଇ ରାଷ୍ଟ୍ରିୟ ଚେତନରେ ଉଦବୁଧ ହେବା ଉଦେଶ୍ୟରେ ରାଷ୍ଟ୍ରିୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବା ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଆଜି ଉଦଯାପିତ ହୋଇ ଯାଇଛି । ଏହି ପ୍ରଦର୍ଶନୀ ଗରଦପୁର ବ୍ଲକ୍ ର ସ୍ଥାନୀୟ କୁଦାନଗରୀ ସରକାରୀ ଉଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟର କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ୬୨ ଟି ପ୍ରକଳ୍ପ ପ୍ରଦର୍ଶିିତ ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ବିଚାରକ ମାନଙ୍କ ଦ୍ୱାରା ୫ ଟି ପ୍ରକଳ୍ପ କୁ ଜିଲା ସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା , ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଶଶିକାନ୍ତ ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜ୍ଞାନ ଓ ବିଜ୍ଞାନ ପ୍ରତି ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଂଜୁଲତା ବେହେରା, ସମିତି ସଭ୍ୟ ମନୋଜ କୁମାର ମଲିକ, ବିଜ୍ଞାନମେଳା କମିଟି ସଂଯୋଜକ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି , ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପରିଡ଼ା,ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରଂଜନ ପଟ୍ଟନାୟକ ପ୍ରମୁଖ ବିଜ୍ଞାନ ମେଳାର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ସଚେତନ କରିଥିଲେ । ଶିକ୍ଷକ ନୃସିଂହ ଚରଣ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷା ସଦାଧନ କେନ୍ଦ୍ର ସଂଯୋଜକ ଗତିକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଉଦଯାପନ ଉତ୍ସବରେ କୁଦାନଗରୀ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ରାଉତ ସଭାପତିତ୍ୱ କରିଥିବାବେଳେ ଏଥିରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ , ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ , ଜିଲା ପରିଷଦ ସଭ୍ୟା ଏଲିଜା ସ୍ୱାଇଁ, ଜ୍ଞାନରଂଜନ ପାତ୍ର, ଅଲେଖ କୁମାର ପଟ୍ଟନାୟକ , ଏବିଓ ବଳଦେବ ପ୍ରସାଦ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ବିଜ୍ଞାନର ଉପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *