ଯାଜପୁର,୧୪/୦୩/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ ଆନୁକୂଲ୍ୟରେ ତା ୧୪.୦୩.୨୦୨୬ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ. ୭୦୫୬ ଗୋଟି ମୋକଦ୍ଦମା ଫଇସଲା ହୋଇଛି । ସେଥି ମଧ୍ୟ୍ୟରୁ ୫୬୮ ଗୋଟି ଫୌଜ଼ଦାରୀ, ୨୧ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା, ୫୦ ଗୋଟି ଦେୱାନୀ, ୧୪ ଗୋଟି ପାରିବାରିକ କଳହ ମୋକଦ୍ଦମା, ଶ୍ରମ ବିବାଦ ୧୫ ଗୋଟି ଏବଂ ରାଜସ୍ବ ବିଭାଗର ୬୩୮୬ ଟି ମାମଲା ଫଇସଲା କରାଯାଇ ମୋଟ ଟ. ୯,୨୬,୧୮,୭୨୫/- ଙ୍କା ଆଦାୟ କରାଯାଇଛି । ଏତଦବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୭୭ ଗୋଟି, ବିଦ୍ୟୁତ ବିଭାଗର ୨୩୪ ଗୋଟି, ସ୍ଥାୟୀ ଲୋକ ଅଦାଲତର ୨ ଗୋଟି, ଟ୍ରାଫିକ ଚାଲାଣ ୧୮ ଗୋଟି, ଏବଂ ଟେଲିଫୋନ ୩ ଗୋଟି ସମ୍ୱନ୍ଧୀୟ ପ୍ରାକ ବିଚାରଧୀନ ମାମଲା ଫଇସଲା କରାଯାଇ ମୋଟ ଟ. ୭୧,୯୬,୬୧୧/- ଙ୍କା ମଧ୍ୟ୍ ଅଦାୟ କରାଯାଇଛି ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜ଼ିଲ୍ଲା ଓ ଦୌରାଜଜ ତଥା ଆଇନ ସେଵା ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଅଦାଲତରେ ଯାଜପୁର ଜ଼ିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀ ଯୁକ୍ତ ଗୁଣ୍ଡିଚା ସାମନ୍ତ ସିଂହାର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ରେଜିଷ୍ଟାର ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ, ବରିଷ୍ଟ ଦେୱାନୀ ବିଚାର ପତି (ଏଲ ଆର ଏବଂ ଏଲ ଟି ଭି) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ. ଡି. ଜେ. ଏମ. ଶ୍ରୀମତୀ ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାର ପତି, ଶ୍ରୀମତୀ ସୁନିତା ବିଶ୍ୱାଳ, ଜେ. ଏମ. ଏଫ. ସି.(ଏଲ ଆର ଏବଂ ଏଲ ଟି ଭି), ଶ୍ରୀ ଅଂଶୁ ମାନ ରଥ, ଅଂଶ ଗ୍ରହଣ କରି ବିଭିନ୍ନ ମକଦ୍ଦମା ଗୁଡିକୁ ଫଇସଲା କରିଥିଲେ । ଏହି ଲୋକଅଦାଲତରେ ଜ଼ିଲ୍ଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦେଶ କ୍ରମେ ଯାଜପୁର ଜ଼ିଲ୍ଲା କାରାଗାର ଅନ୍ତେବାସୀ ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଫିନାଇଲ ଏବଂ ଜୈବିକ ଖତ ବିକ୍ରୟ କରାଯାଇଥିଲା ।
