ପୁରୀ, ୦୪/୦୩/୨୦୨୬ (ଓଡ଼ିଶା ସମାଚାର)- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମାର୍ଚ୍ଚ ୨୫ରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି । ଚୈତ୍ୟ ଶୁଳ୍କ ସପ୍ତମୀ ତିଥିରେ ହେବ ଗଣତି ମଣତି । ଅପରାହ୍ନ ୧ଟା ୪୫ ମିନିଟରୁ ଆରମ୍ଭ ହେବ ଅଳଙ୍କାର ଗଣତି ମଣତି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ସରକାରଙ୍କ ଏସଓପି ଅନୁଯାୟୀ ଗଣତି ମଣତି କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ, ଏସପି ଙ୍କ ସହିତ ପରିଚାଳନା କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ । ପୂର୍ବରୁ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଥିବାବେଳେ ତାରିଖ ଓ ଶୁଭ ବେଳା ସ୍ଥିର କରାଯାଇଛି ।
ମାର୍ଚ୍ଚ ୨୫ରେ ହେବ ରତ୍ନ ଭଣ୍ଡାର ଗଣତି ମଣତି
