କଂଗ୍ରେସ ନେତା ରତିକାନ୍ତ କାନୁନଗୋ ବିପନ୍ନ ପରିବାରଙ୍କୁ ସହାୟତା ଦେଲେ 

ଗରଦପୁର,୧୪/୦୩/୨୦୨୬ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବସନ୍ତପୁର ଗ୍ରାମ ରେ ଗତ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟି ଚକ୍ରଧର ମଲ୍ଲିକ, ଦୀପକ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ଗଗନ ମଲ୍ଲିକ, ଧୂଳେଶ୍ୱର ମଲ୍ଲିକ ଓ ଦୋଳଗୋବିନ୍ଦ ମଲ୍ଲିକ ଙ୍କର ଘର ପୋଡିଯିବା ସହିତ ଘରେ ଥିବା ଧାନ, ଚାଉଳ ଆଦି ସମେତ ଘରର ସମସ୍ତ ଆସବାବ ପତ୍ର  ଜଳି ପୋଡ଼ି ଭସ୍ମିଭୁତ ହୋଇ ଯାଇଛି ।

ଏହି ଖବର ପାଇ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ବିପନ୍ନ ପରିବାରଙ୍କ  ପାଖରେ ପହଂଚି ସମବେଦନା ଜଣାଇବା ସହିତ ସହଯୋଗ ର ହାତ ବଢାÿଇଛନ୍ତି । ଗରଦପୁର ବ୍ଲକ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ପରିଡା, ପ୍ରତାପ ଲେଙ୍କା, ରମାକାନ୍ତ ସ୍ୱାଇଁ, କୁମର ପାଣି, ରଞ୍ଜନ ପରିଜା, ପ୍ରମୋଦ କୁମାର ନାୟକ,ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଖଗେଶ୍ୱର ପଣ୍ଡା, ନିକୁଞ୍ଜ ବିହାରୀ ମହାପାତ୍ର, ଦେବେନ୍ଦ୍ର ଦାସ ଓ ଅନ୍ୟମାନେ ଶ୍ରୀ କାନୁନଗୋ ଙ୍କ ସାଙ୍ଗରେ ଥିଲେ ।

Leave a Reply

Your email address will not be published. Required fields are marked *